fbpx

ପାଣିପାଗ ବିଭାଗର ଆକଳନ, ୨୭ ରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର: ଚଳିତ ବର୍ଷ ଶୀଘ୍ର ଅନୂଭୁତ ହେବ ମୌସୁମୀ ବର୍ଷା । ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ଶୀଘ୍ର ଆସିବ ମୌସୁମୀ । ମୌସୁମୀ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ବିଭାଗର ଆକଳନ ଅନୁସାରେ ମେ ୨୭ ରେ କେରଳ ଛୁଇଁବ ମୌସୁମୀ । ଗତବର୍ଷ ଜନ୍ ୩ ତାରିଖରେ ମୌସୁମୀ କେରଳ ଛୁଇଁଥିଲା । ସାଧାରଣତଃ କେରଳ ଛୁଇଁବାର ଗୋଟିଏ ସପ୍ତାହରୁ ୧୫ ଦିନ ମଧ୍ୟରେ ଓଡ଼ିଶା ଆସିଥାଏ ମୌସୁମୀ ।

ପୂର୍ବରୁ ମଇ ୨୦ ବେଳକୁ ମୌସୁମୀ ବାୟୁ ସକ୍ରିୟ ହେଉଥିବାବେଳେ ଚଳିତ ବର୍ଷ ୫ ଦିନ ପୂର୍ବରୁ ଏହା ସକ୍ରିୟ ହେବ ବୋଲି ଆକଳନ କରାଯାଇଛି । ଅନୁରୂପ ଭାବେ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଏନେଇ ଅନୁରୂପ ସୂଚନା ଦେଇଛି ।

Get real time updates directly on you device, subscribe now.