fbpx

ବିବାହ ପରେ ଏଭଳି ଷ୍ଟଣ୍ଟ କରି ଅତିଥିଙ୍କୁ ଚମକାଇଦେଲେ ବରକନ୍ୟା, ଦେଖନ୍ତୁ ଭିଡିଓ…

ବିବାହ ସମୟର ଅନେକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । କେତେବେଳେ ବର-କନ୍ୟାଙ୍କ ମଜାଦାର କାରନାମା ତ’ ପୁଣି କେତେବେଳେ ବରଯାତ୍ରୀଙ୍କ ଅଜବ ଡାନ୍ସ । ବାହାଘର ସମୟରେ ଭିଡିଓ ଭାଇରାଲ ହୋଇଥାଏ । ଆଉ ଏବେ ପୁଣି ଏହିଭଳି ଏକ ବିବାହର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ବର-କନ୍ୟା ସବୁବେଳେ ନିଜର ବିବାହକୁ ସ୍ମରଣୀୟ କରିବାକୁ ଚାହିଥାନ୍ତି । ଆଉ ଏଭଳି କରିଛନ୍ତି ଏହି ନବଦମ୍ପତ୍ତି । ଦେହରେ ନିଆଁ ଲଗାଇ ବିବାହ ଉତ୍ସବ ଶେଷରେ ଅତିଥିଙ୍କୁ ବିଦାୟ ଦେଲେ ବର-କନ୍ୟା । ଆଜ୍ଞା ହିଁ, ଦେହରେ ନିଆଁ ଲଗାଇ କିଛି ଏଭଳି ଅନ୍ଦାଜରେ ବିବାହରେ ଅତିଥିଙ୍କୁ ବିଦାୟ ଦେଇଛନ୍ତି ବର-କନ୍ୟା । ଆଉ ସେମାନଙ୍କ ଏଭଳି କାରନାମା ଦେଖି ଅତିଥି ତାଳିମାରି ସେମାନଙ୍କୁ ଉତ୍ସାହିତ କରିଥିଲେ ।

ପ୍ରକୃତରେ ହଲିଉଡର ଏହି ଷ୍ଟଣ୍ଟ ଡବଲ ଯୋଡ଼ି ଗେବ୍ ଜେସପ ଏବଂ ଏମବିର ବାମବିର ବିବାହ ପରେ ଏଭଳି ଅନ୍ଦାଜରେ ବିବାହ ଉତ୍ସବ ଶେଷ କରିଛନ୍ତି । ଉଭୟ ପରସ୍ପରକୁ ଷ୍ଟଣ୍ଟ କରୁଥିବା ସମୟରେ ସୁଟିଂ ସେଟରେ ଦେଖାହୋଇଥିଲେ ଏବଂ ଉଭୟ ପରସ୍ପରକୁ ଭଲପାଇବସିଥିଲେ । ଆଉ ଶେଷରେ ସେମାନେ ବିବାହ କରିଛନ୍ତି । ଆଉ ବିବାହକୁ ସ୍ମରଣୀୟ କରିବା ଏହା ସହ ଉଭୟ ଷ୍ଟଣ୍ଟ କରିବାରେ ପାରଙ୍ଗମ ତେଣୁ, ଆପଣାଇଥିଲେ କିଛି ନୂଆ ତରିକା ଆଉ ଏଭଳି ଅନ୍ଦାଜରେ କରିଥିଲେ ବିବାହ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଭିଡିଓ…

 

View this post on Instagram

 

A post shared by Times Now (@timesnow)

Get real time updates directly on you device, subscribe now.