fbpx

ୟୁଏଇ ରାଷ୍ଟ୍ରପତଙ୍କି ନଧିନ, ୪୦ଦିନିଆ ରାଷ୍ଟ୍ରୀୟଶୋକ ଘୋଷଣା

ଆବୁଧାବି : ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ରାଷ୍ଟ୍ରପତି ଶେଖ୍‌ ଖଲିଫା ବିନ୍‌ ଜାଏଦ ଅଲ୍‌ ନହାନଙ୍କ ନିଧନ। ମୃତ୍ୟୁ ବେଳକୁ  ୭୩ ବର୍ଷ ହୋଇଥିଲା। ଶେଖ୍‌ ଖଲିଫା ବିନ୍‌ ଜାଏଦ ଅଲ୍‌ ନହାନଙ୍କ ପରଲୋକ ପରେ ସାରା ଦେଶରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ।  ସେହିପରି ତିନିଦିନ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ମନ୍ତ୍ରାଳୟ ବନ୍ଦ ରହିବ । ଏଗୁଡ଼ିକ ମଧ୍ୟରେ କିଛି ବେସରକାରୀ ସଂସ୍ଥା ବି ସାମିଲ ରହିଛି । ସୂଚନାଥାଉକି ଶେଖ୍‌ ଖଲିଫା ୩ ନଭେମ୍ବର ୨୦୦୪ରୁ ୟୁଏଇର ରାଷ୍ଟ୍ରତି ଓ ଆବୁଧାବିର ଶାସକ ଭାବେ କାର୍ଯ୍ୟ କରି ଆସୁଥିଲେ । ଶୁକ୍ରବାର ହଠାତ ତାଙ୍କୁ ନିଧନପରେ ଦେଶରେ ଶୋକ ବାତାବରଣ ଦେଖା ଯାଇଛି।

Get real time updates directly on you device, subscribe now.