fbpx

ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ମାଣିକ ଶାହ: ତ୍ରିପୁରା ବିଜେପି ମୁଖ୍ୟ ହେବେ ବିପ୍ଲବ୍ ଦେବ୍

ନୂଆଦିଲ୍ଳୀ: ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ମାଣିକ ଶାହ । ରବିବାର ମେ, ୧୫ ତାରିଖରେ ମାଣିକ୍ ରାଜବଭନରେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି । ଶନିବାର ବିପ୍ଲବ୍ କୁମାର ଦେବ୍ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ତେବେ ଏହାପରେ ମାଣିକ ଶାହଙ୍କ ନାମ ଘୋଷଣା କରାଯାଇଥିଲା ।

ରବିବାର ରାଜଭବନରେ ପହଞ୍ଚି ସରକାର ଗଠନ ପାଇଁ ଦାବି ଉପସ୍ଥାପନା କରିଥିଲେ ମାଣିକ ଶାହ । ଏହାପରେ ଦିନ ୧୧.୩୦ ମିନିଟରେ ମାଣିକ ଶପଥ ଗ୍ରହଣ କରିଥିଲେ । ମାଣିକଙ୍କୁ ବିଜେପି ବିଧାୟକ ଦଳର ନେତା ଘୋଷଣା କରାଯାଇଥିବା ବେଳେ ବିପ୍ଲବ ଦେବଙ୍କୁ ତ୍ରିପୁରା ବିଜେପିର ମୁଖ୍ୟ ଭାବରେ ଘୋଷଣା କରାଯାଇପାରେ ।

ବିଧାନସଭା ନିର୍ବାଚନକୁ ଆଉ ମାତ୍ର ବର୍ଷେ ବାକି ରହିଥିବା ବେଳେ ବିପ୍ଲବ୍ ଦେବ୍ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଓହରି ଯାଇଛନ୍ତି ।

Get real time updates directly on you device, subscribe now.