fbpx

ବ୍ୟାଙ୍କରେ ଟଙ୍କା ଜମା କରିବା ଓ ଉଠାଇବାର ନିୟମ ବଦଳାଇଲେ କେନ୍ଦ୍ର ସରକାର: ମେ’ ୨୬ରୁ ହେବ ଲାଗୁ

ନୂଆଦିଲ୍ଲୀ: ବ୍ୟାଙ୍କ ଆକାଉଣ୍ଟରେ ଏକ ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ଟଙ୍କା ଜମା କରିବା କିମ୍ବା ଉଠାଇବାକୁ ନେଇ ନୂଆ ନିୟମ ଜାରି କରିଛନ୍ତି କେନ୍ଦ୍ର ସରକାର । ଏହି ନୂଆ ନିୟମ ମେ’ ୨୬ରୁ କାର୍ଯ୍ୟକାରୀ ହେବ । ଏହା ବ୍ୟତୀତ କୌଣସି ବ୍ୟାଙ୍କ ବା ଡାକଘରେ ସାମ୍ପ୍ରତିକ ଆକାଉଣ୍ଟ ଖୋଲିବା ପାଇଁ ଏହି ନିୟମ ମଧ୍ୟ ଲାଗୁ କରାଯାଇଛି । ଉପରୋକ୍ତ ଉଭୟ କାର୍ଯ୍ୟ ପାଇଁ ସରକାର ଆଧାର କିମ୍ବା ପାନକୁ ବାଧ୍ୟତାମୂଳକ କରିଛନ୍ତି ।

ଏବେ ୨୦ ଲକ୍ଷରୁ ଅଧିକ ଟଙ୍କା ଜମା କିମ୍ବା ଉଠାଇବା ଉପରେ ଏହି ନିୟମ ଲାଗୁ ହେବ । ମେ’ ୧୦ରେ ସିବିଡିଟି ବିଜ୍ଞପ୍ତି ଜାରି କରି ଏହାର ସୂଚନା ଦେଇଛି । ଏହା ବ୍ୟତୀତ ଯେକୌଣସି ବ୍ୟାଙ୍କ କିମ୍ବା ଡାକଘରେ ଆକାଉଣ୍ଟ କିମ୍ବା କ୍ୟାସ କ୍ରେଡିଟ ଆକାଉଣ୍ଟ ଖୋଲିବା ପାଇଁ ମଧ୍ୟ ଏହା ଆବଶ୍ୟକ ହେବ ।

କ’ଣ ରହିଛି ନୂଆ ନିୟମ:-
ନିୟମ ଅନୁସାରେ, ଯଦି ଜଣେ ବ୍ୟକ୍ତିଙ୍କୁ ପାନର ସୂଚନା ଦେବା ଜରୁରୀ, କିନ୍ତୁ ତାଙ୍କ ପାଖରେ ପାନ୍ ନାହିଁ ତେବେ ସେ ଆଧାରର ବାୟୋମେଟ୍ରିକ୍ ପରିଚୟ ଦେଇ କାମ ସାରିପାରିବେ । କାରବାର ସମୟରେ ପ୍ରାନ୍ ନମ୍ବର ଦିଆଯିବ ପରେ ଟିକସ ଅଧିକାରୀଙ୍କ ପାଇଁ କାରବାରକୁ ଟ୍ରାକ୍ କରିବରା ସହଜ ହେବ ।

Get real time updates directly on you device, subscribe now.