fbpx

କୋଚିନ ସିପୟାର୍ଡରେ ଆସିଷ୍ଟାଣ୍ଟ ସହ ଅନ୍ୟାନ୍ୟ ପଦବୀରେ ବମ୍ପର ଭାକେନ୍ସୀ

କୋଚିନ ସିପୟାର୍ଡ ଲିମିଟେଡ ସିନିୟର ସିପ୍ ଡ୍ରାଫ୍ଟସମ୍ୟାନକ, ଜୁନିୟର ଟେକ୍ନିକାଲ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ ସହ ଅନ୍ୟ ପଦରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି । ଏହି ନିଯୁକ୍ତି ପାଇଁ ଅନଲାଇନ ଆବେଦନ ଆଜି ୧୪ ମେ ଠାରୁ ଆରମ୍ଭ ହୋଇଯାଇଛି । କୋଚିନ ସିପୟାର୍ଡ ନିଯୁକ୍ତି ୨୦୨୨ ପାଇଁ ଆବେଦନର ଶେଷ ତାରିଖ ୬ ଜୁନ୍ ୨୦୨୨ ରହିଛି । ଅନଲାଇନ ଆବେଦନ କୋଚିନ୍ ସିପୟାର୍ଡ ଲିମିଟେଡର ୱେବସାଇଟରେ କରିବାକୁ ହେବ । ନୋଟିସ ଅନୁସାରେ କୋଚିନ ସିପୟାର୍ଡ ଲିମିଟେଡରେ ସମୁଦାୟ ୨୬୧ ଭାକେନ୍ସୀ ରହିଛି ।

ଏହି ସବୁ ପଦରେ ରହିଛି ଭାକେନ୍ସୀ:

ସିନିୟର ଜାହାଜ ଡ୍ରାଫ୍ଟମ୍ୟାନ୍ – ୬ ଟି ପୋଷ୍ଟ

ଜୁନିଅର ଟେକ୍ନିକାଲ ଆସିଷ୍ଟାଣ୍ଟ- ୧ ପୋଷ୍ଟ

ଲ୍ୟାବ୍ ଆସିଷ୍ଟାଣ୍ଟ-୨ ପୋଷ୍ଟ

ଷ୍ଟୋର କିପର – ୪ ପୋଷ୍ଟ

ଜୁନିଅର କମର୍ସିଆଲ ଆସିଷ୍ଟାଣ୍ଟ – ୨ ପୋଷ୍ଟ

ସହାୟକ – ୭ ଟି ପୋଷ୍ଟ

ୱେଲଡର୍ କମ ଫିଟର୍, ପ୍ଲମ୍ବର, ମେକାନିକ୍ ମୋଟର ଯାନ, ଫିଟର୍, ସିଟ୍ ମେଟାଲ ୱାର୍କର- ୨୦୬ ପୋଷ୍ଟ

ଫିଟର୍ (ଇଲେକ୍ଟ୍ରିକାଲ୍, ଇଲେକ୍ଟ୍ରୋନିକ୍ସ)- ୧୬ ଟି ପୋଷ୍ଟ

ଜାହାଜ ଚାଳକ – ୩ ଟି ପୋଷ୍ଟ

ଆୟୁସୀମା:

ଆଶାୟୀଙ୍କ  ଜନ୍ମ ୭ ଜୁନ୍ ୧୯୮୭ ପୂର୍ବରୁ ହୋଇନଥିବା ଦରକାର । ଅର୍ଥାତ୍ ସର୍ବାଧିକ ବୟସ ୩୫ ବର୍ଷ ହୋଇନଥିବା ଦରକାର ।

ଆବେଦନ ଶୁଳ୍କ:

ସାଧାରଣ ବର୍ଗଙ୍କ ପାଇଁ ୪୦୦ ଏବଂ ଏସସି/ଏସଟି/ଦିବ୍ୟାଙ୍ଗଙ୍କ ପାଇଁ ଆବେଦନ ମାଗଣା ରହିଛି ।

ଜରୁରୀ ଶିକ୍ଷାଗତ ଯୋଗ୍ୟତା ଏବଂ ଅନ୍ୟାନ୍ୟ ବିବରଣୀ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ ।

Get real time updates directly on you device, subscribe now.