fbpx

ରାଜସ୍ଥାନରେ ହେଲା ଭୋକିଲା ବାଘର ଏଣ୍ଟ୍ରି: ଅଚାନକ ଦଳରୁ ଛାଡିଥିଲେ ଏହି ବିସ୍ଫୋଟକ ଖେଳାଳି

ମୁମ୍ବାଇ: ରାଜସ୍ଥାନ ରୋୟଲ୍ସକୁ ଫେରିଛନ୍ତି ଦଳର ଷ୍ଟାର ଖେଳାଳି । ଆସନ୍ତା ପ୍ଲେଅଫ ପୂର୍ବରୁ ନିଜର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ବାହାର କରିଛି ରାଜସ୍ଥାନ । ଦଳର ବିସ୍ଫୋଟକ ବ୍ୟାଟ୍ସମ୍ୟାନ ସିମ୍ରନ ହେଟମାୟାର ପୁଣି ଥରେ ଦଳରେ ଯୋଗ ଦେଇଛନ୍ତି । ପିତା ହେବା ଖୁସିରେ ସେ ଟୁର୍ଣ୍ଣାମେଣ୍ଟ ଅଧାରୁ ନିଜ ପରିବାର ପାଖକୁ ଫେରି ଯାଇଥିଲେ । କିନ୍ତୁ ଦଳ ପାଇଁ ତାଙ୍କର ଆବଶ୍ୟକତା ହେବା କ୍ଷଣି ପ୍ଲେଅଫ ପୂର୍ବରୁ ସେ ଆସି ପୁଣି ଥରେ ଦଳରେ ଯୋଗ ଦେଇଛନ୍ତି ।

ସୂଚନା ଅନୁସାରେ, ପ୍ରଥମ ଥର ପିତା ହେବା ଅନୁଭୂତିକୁ ନିଜ ପରିବାର ସହ ବିତାଇବା ପାଇଁ ଘରକୁ ଫେରି ଯାଇଥିଲେ ହେଟମାୟାର । ତେବେ ଏହାପରେ ସେ ପୁଣିଥରେ ଆସି ରାଜସ୍ଥାନ ଦଳ ସହ ଯୋଡି ହୋଇଛନ୍ତି । ଏହା ମଧ୍ୟରେ ସେ କ୍ୱାରାଣ୍ଟାଇନ ସମୟ ମଧ୍ୟ ଶେଷ କରିସାରିଛନ୍ତି । ତେବେ ପ୍ଲେଅଫ ପୂର୍ବରୁ ଚେନ୍ନାଇ ବିପକ୍ଷ ମ୍ୟାଚରେ ତାଙ୍କୁ ଦଳରେ ସାମିଲ କରିପାରେ ରାଜସ୍ଥାନ । ତେବେ ହେଟମାୟାରଙ୍କ ପ୍ରତ୍ୟାବର୍ତ୍ତନରେ ରାଜସ୍ଥାନ ଆହୁରି ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି ।

ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ ବିଜୟ କରାଇ ସ୍ୱଦେଶ ଫେରି ଯାଇଥିଲେ ହେଟମାୟାର । ଏହି ମ୍ୟାଚରେ ମାତ୍ର ୧୬ ବଲରେ ୩୧ ରନ କରି ଦଳକୁ ଦମଦାର ବିଜୟ ଉପହାର ଦେଇଥିଲେ । କିଛି ଦିନ ତଳେ ତାଙ୍କ ସନ୍ତାନର ଏକ ଫଟୋ ସେୟାର କରିଥିଲେ ସିମ୍ରନ ହେଟମାୟାର ।

Get real time updates directly on you device, subscribe now.