fbpx

ନୂଆ ରୂପରେ ଆସିଲା ନାନୋ, ଜାଣନ୍ତୁ କ’ଣ ରହିଛି ଫିଚର

ଭାରତରେ ଦିନକୁ ଦିନ ଇଭି କାର ଚାହିଦା ବଢ଼ୁଛି । ଏଥିପାଇଁ ବଡ ବଡ ନାମୀଦାମୀ କମ୍ପାନୀର କାର ମାର୍କେଟକୁ ଆସିଥିବାବେଳେ ଏଭଳି ସ୍ଥିତିରେ ନୂଆ ରୂପରେ ଶସ୍ତା କାର ନାନୋ ମଧ୍ୟ ଏଥିରୁ ବାଦ୍ ପଡିନି । ଟାଟା ନାନୋ ଏବେ ଇଲେକ୍ଟ୍ରିକ କାର ବିତରଣ ଆରମ୍ଭ କରିବାକୁ ଯାଉଛି । ନାନୋର ଇଲେକ୍ଟ୍ରିକ ମଡେଲର ଫଟୋ ଏବେ ଏବେ ଭାଇରାଲ ହୋଇଛି । ଯେଉଁଥିରେ ରତନ  ଟାଟା ନିଜେ ନାନୋର ଇଲେକ୍ଟ୍ରିକ କାର ସହ ଦେଖାଯାଇଛନ୍ତି । ଏମିତିକି ନିଜେ ରତନ ଟାଟା ଏହି କାରରେ ତାଜ ହେଟୋଲ ଯାଉଥିବାର ଭିଡିଓ ସାମ୍ନାକୁ ଆସିଛି ।

ଏହାର ନୂତନ ଇଭି ଚାଳିତ ନାନୋ କାରକୁ ଥରେ ଚାର୍ଜ କଲେ ଏହା ୧୬୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ ବୋଲି କୁହାଯାଉଛି । ଏହାର ଘଣ୍ଟାପ୍ରତି ସ୍ପିଡ ୬୦ କିଲୋମିଟର ଥିବାବେଳେ ଏଥିରେ ୪ଟି ସିଟ୍ ଏବଂ ଏସିର ସୁବିଧା ମଧ୍ୟ ରହିଛି ।

ମଧ୍ୟବିତଙ୍କ କାର କିଣିବା ସ୍ୱପ୍ନକୁ ପୂରା କରିବା ପାଇଁ ୨୦୦୮ ମସିହାରେ ମାତ୍ର ୧ଲକ୍ଷ ଟଙ୍କାରେ ଭାରତୀୟ ବଜାରରେ ଲଞ୍ଚ ହୋଇଥିଲା ଟାଟାର ସବୁଠୁ ଶସ୍ତା କାର ନାନୋ, ନାନୋର ଚାହିଦା ବି ବଢ଼ିଲା, ଆଉ ମାକେର୍ଟ ଖୁବ ଶୀଘ୍ର ବି ଲୋକପ୍ରିୟ ହୋଇଥିଲା । କିନ୍ତୁ ପରେ ଏହା ବନ୍ଦ ହୋଇଯାଇଥିଲ ଆଉ ଏବେ ଇଭି ମଡେଲ ସହ ବଜାରକୁ ଫେରିବାକୁ ଯାଉଛି ।

Get real time updates directly on you device, subscribe now.