fbpx

ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମାରେ ଉଡ଼ାଇ ଦେବାର ଧମକ: ଚାଲିଛି ଯାଞ୍ଚ

ବେଙ୍ଗାଲୁରୁ: କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରକୁ ଜଣେ ଅଜଣା ବ୍ୟକ୍ତି ଫୋନ୍ କରି ବୋମାରେ ଉଡାଇଦେବାର ଧମକ ଦେଇଛି । କେୟାଇସି ଅଧିକାରମାନେ କହିଛନ୍ତି ଯେ, ଶୁକ୍ରବାର ସକାଳ ୩.୩୦ ସମୟରେ ଏୟାରପୋର୍ଟ ପୋଲିସ କଣ୍ଟ୍ରୋଲ ରୁମ୍ ୧୧୨ ନମ୍ବରକୁ ଏକ ଅଜଣା ବ୍ୟକ୍ତି କଲ କରିଥିଲେ । ସେ କେବଳ ‘ବମ୍ ଧମାକା ହେବ’ କହି ଫୋନ୍ କାଟିଦେଇଥିଲା ।

ପୋଲିସ ଓ ସୁରକ୍ଷା କର୍ମଚାରୀମାନେ ତୁରନ୍ତ ଆକ୍ସନ ନେଇ ଏୟାରପୋର୍ଟର ଯାଞ୍ଚ କରିଥିଲେ । ଘଟଣାସ୍ଥଳକୁ ବମ୍ ସ୍କ୍ୱାର୍ଡ ଓ ଡଗ୍ ସ୍କ୍ୱାର୍ଡଙ୍କୁ ବି ଡକାଯାଇଥିଲା । ଅଧିକାରୀମାନେ କହିଛନ୍ତି ଯେ, କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରର ସମସ୍ତ ଟର୍ମିନାଲ ଓ ପଏଣ୍ଟରେ କଡା ଯାଞ୍ଚ କରାଯାଉଛି । ଏପର୍ଯ୍ୟନ୍ତ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନାହିଁ ।’

ଅନ୍ୟପଟେ ପୋଲିସ ସେହି ଅଜଣା ଲୋକକୁ ଖୋଜିବାରେ ଲାଗିଛି, ଯେ ଫୋନ୍ କରି ଏପରି ଧମକ ଦେଇଥିଲା । କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରଶାସନ କହିଛି ଯେ, ସିଆଇଏସଏଫ ଏବଂ ପୋଲିସ ଶୁକ୍ରବାର ସକାଳ ୭ଟା ପର୍ଯ୍ୟନ୍ତ ସମଗ୍ର ପରିସରର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଛନ୍ତି । ସୁରକ୍ଷାକୁ କଡାକଡି କରାଯାଇଛି । ‘ପୋଲିସ ଏହାକୁ ଫେକ୍ ଧମକ ବୋଲି କହୁଥିଲେ ବି ସତର୍କତା ଅବଲମ୍ବନ କରାଯାଉଛି ।

Get real time updates directly on you device, subscribe now.