fbpx

ସ୍ନେହଲତା ହତ୍ୟା ଘଟଣାକୁ ବିତିଲା ୭ ବର୍ଷ: ଆଜି ପର୍ଯ୍ୟନ୍ତ କୋର୍ଟରେ ଦାଖଲ ହୋଇନି ଚାର୍ଜସିଟ୍‌ !

କ୍ରାଇମବ୍ରାଞ୍ଚ ହାତ ଖାଲି, ସିବିଆଇ ତଦନ୍ତ ଦାବି

ବଲାଙ୍ଗିର, (ଭାସ୍କର ନ୍ୟୁଜ୍‌): ଆଜିକୁ ଠିକ୍‌ ୭ ବର୍ଷ ତଳେ ବଲାଙ୍ଗିର ଜିଲ୍ଲାର ଖପ୍ରାଖେଲ ବ୍ଲକ ସର୍ଗି ।ଲି ଗାଁରେ ସ୍ନେହଲତା ଛତ୍ରିଆ ନାମକ ଏକ ଦଳିତ, ମେଧାବୀ ଛାତ୍ରିକୁ ଗଣଧର୍ଷଣ ପରେ ହତ୍ୟା କରାଯାଇଥିଲା । ଉକ୍ତ ଘଟଣାଟି ସାରା ଓଡିଶାରେ ଚାଞ୍ଚଲ୍ୟ ଖେଳାଇଥିଲା । ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ଘୋଷଣା କରିଥିଲେ । କିନ୍ତୁ ଘଟଣାଟିକୁ ୭ ବର୍ଷ ପୁରି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୋର୍ଟରେ ·ର୍ଜସିଟ୍‌ ଦାଖଲ କରାଯାଇ ପାରିନାହିଁ । ପଶ୍ଚିମ ଓଡିଶା ମହିଳା ସଂଗଠନର ଏକ ଦଳ ଆଜି ସର୍ଗିାଲି ଗସ୍ତ କରି ସ୍ନେହଲତା ଛତ୍ରିଆର ଫଟୋରେ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଘଟଣାଟି ଅତି ସମ୍ବେଦନଶୀଳ ଥିଲେ ମଧ୍ୟ ଦିଲ୍ଲୀର ନିର୍ଭୟାକାଣ୍ଡ ଠାରୁ ମଧ୍ୟ ଆହୁରି ଭୟଙ୍କର । ତଥାପି ଆଜି ପର୍ଯ୍ୟନ୍ତ ପୀଡିତାଙ୍କୁ ନ୍ୟାୟ ମିଳିପାରି ନାହିଁ । ଏଣୁ ପଶ୍ଚିମ ଓଡିଶା ମହିଳା ସଙ୍ଗଠନ ତରଫରୁ ସ୍ନେହଲତାକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ କରିବା ପାଇଁ ଶପଥ ଗ୍ରହଣ ସଙ୍ଗେସଙ୍ଗେ ରାଜ୍ୟ ସରକାର ଫେଲ୍‌ ମାରିଥିବାରୁ ସିବିଆଇ ତଦନ୍ତ ଦାବି କରିଥିଲେ । ଆଗାମୀ ଦିନରେ ସରକାର ସିବିଆ ତଦନ୍ତ ଘୋଷଣା ନ କରିବା ପର୍ଯ୍ୟନ୍ତ ଏବଂ ସ୍ନେହଲତାକୁ ନ୍ୟାୟ ନ ମିଳିବା ଯାଏଁ ପଶ୍ଚିମ ଓଡିଶା ମହିଳା ସଂଗଠନ ଲଡେଇ ଜାରି ରଖିବ ବୋଲି ସଂଗଠନ ତରଫରୁ ଘୋଷଣା କରାଯାଇଥିଲା । ଆଜିର ଏହି ଗସ୍ତରେ ସଭାନେତ୍ରୀ ସବିତା ନନ୍ଦ, ସଂପାଦିକା ସୁଷମା ବଏ, କାର୍ଯ୍ୟକାରୀ ସଦସ୍ୟ ଗୀତାଞ୍ଜଳି ବାଗ ସହିତ ଅନ୍ୟାନ୍ୟ ସଦସ୍ୟ ସାମିଲ ଥିଲେ ।

Get real time updates directly on you device, subscribe now.