fbpx

ବାଇକ୍ ଆରୋହୀଙ୍କୁ ଚାପିଦେଲା ହାଇୱା: ୩ ମୃତ, ଜଣେ ଗୁରୁତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅଞ୍ଚଳରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଯାଇଛି । ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ଏକ ହାଇୱା ଏକ ବାଇକକୁ ପଛପଟୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣାରେ ୩ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ହାଇୱା ଚାଳକ ଗୁରୁତର ହୋଇଛନ୍ତି ।

ଖବର ମୁତାବକ, ଯୁଯୁମୁରା ଥାନା ଅନ୍ତର୍ଗତ ଭବାନିପାଲି ପେଟ୍ରୋଲ ପମ୍ପ ନିକଟସ୍ଥ ୫୫ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା । ଦ୍ରୁତଗତିରେ ଆସୁଥିବା ହାଇୱା ଧକ୍କାରେ ବାଇକ୍ ଆରୋହୀମାନେ କିଛି ଦୂରରେ ବିଛାଡ଼ି ହୋଇ ପଡ଼ିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ହାଇୱା ଚାଳକଙ୍କୁ ଲୋକେ ଅଟକ ରଖିଥିଲେ ।

ନୂଆବରଙ୍ଗାମାଳ ପଞ୍ଚାୟତର ଖଇରମାଳ ଗ୍ରାମର ଜଣେ ଯୁବକଙ୍କ ସହ ସ୍ଥାନୀୟ ଅଞ୍ଚଳର ଅନ୍ୟ ଦୁଇଜଣ ଯୁବକ ଏକ କ୍ରସରରେ କାମ କରୁଥିଲେ । ସେମାନେ ୫୫ ନମ୍ବର ଜାତୀୟ ରାଜପଥରେ ସମ୍ବଲପୁର ପଟୁ ଯୁଯୁମୁରା ଆଡ଼କୁ ଯାଉଥିବା ସମୟରେ ହାଇୱାଟି ସେମାନଙ୍କୁ ପଛପଟୁ ଜୋରରେ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ପରେ ହାଇୱାଟି ରାସ୍ତା ତଳକୁ ଖସି ପଡ଼ିଥିଲା । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଥିଲା ।

Get real time updates directly on you device, subscribe now.