fbpx

ପ୍ରେମିକାକୁ ଭେଟିବା ପାଇଁ କ୍ୱାରେଣ୍ଟାଇନରୁ ଚମ୍ପଟ ମାରିଲା କରୋନା ସନ୍ଦିଗ୍ଧ

କରୋନା ଭାଇରସ ଯୋଗୁଁ ଦେଶରେ ୨୧ ଦିନ ପର୍ଯ୍ୟନ୍ତ ଲକ୍-ଡାଉନ୍ ଲାଗୁ ହୋଇଥିବା ବେଳେ କିଛି ଲୋକ ଦାୟିତ୍ୱହୀନ ଭାବେ କାର୍ଯ୍ୟ କରୁଛନ୍ତି । ସେହିଭଳି ଏକ ଘଟଣା ତାମିଲନାଡୁର ମଦୁରାଇ ଜିଲ୍ଲାରେ ଘଟିଯାଇଛି, ଯେଉଁଠାରେ ଜଣେ ୨୪ ବର୍ଷର ଜଣେ ଯୁବକ ନିଜ ପ୍ରେମିକାକୁ ଭେଟ କରିବା ପାଇଁ କ୍ୱାରେଣ୍ଟାଇନରୁ ଫେରାର ହୋଇଛନ୍ତି ।

ତେବେ ଯୁବକ ଜଣକ ଦୁବାଇରୁ ଫେରିଥିବା ବେଳେ ତାଙ୍କୁ କରୋନା ସନ୍ଦିଗ୍ଧ ଭାବି କ୍ୱାରେଣ୍ଟାଇନରେ ରଖାଯାଇଥିଲା । ଦିନେ ସେ ନିଜ ପ୍ରେମିକାଙ୍କୁ ଭେଟିବା ପାଇଁ ସେଠାରେ ଖସି ତାଙ୍କ ଘରେ ପହଞ୍ଚିଥିଲେ । ଉକ୍ତ ଯୁବକଙ୍କୁ ଶିବଗଙ୍ଗା ଜିଲ୍ଲାରୁ ଗିରଫ କରିଥିଲା ପୋଲିସ । ପଚରାଉଚରା ପରେ ଯୁବକ ଜଣକ କହିଥିଲେ ଯେ, ଝିଅର ପିତା-ମାତା ଆମ ସମ୍ପର୍କକୁ ନେଇ ବିରୋଧ କରୁଥିଲେ । ଏନେଇ ପ୍ରେମିକାକୁ ଦେଖା କରିବାକୁ ମୁଁ ସେଠାରୁ ଚାଲିଆସିଲି ।

କ୍ୱାରେଣ୍ଟାଇନରୁ ଖସି ପଳାଇଆସିବା ଓ ଭାଇରସକୁ ବ୍ୟାପିବାର ଆଶଙ୍କା ଥିବାରୁ ପୋଲିସ ଉକ୍ତ ଯୁବକଙ୍କ ବିରୋଧ ମାମଲା ରୁଜୁ କରିଛି । ଯୁବକଙ୍କୁ ଭେଟିବା ପରେ ତାଙ୍କ ପ୍ରେମିକାଙ୍କୁ ଡାକ୍ତରମାନେ ଅଲଗା ରଖିଛନ୍ତି ।

ଅନ୍ୟପଟେ ଦେଶରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୩୨ ହୋଇଛି ।

Get real time updates directly on you device, subscribe now.