fbpx

ଖୁବଶୀଘ୍ର ଦେଶର ଦୁଇଟି ସରକାରୀ ବ୍ୟାଙ୍କର ହେବ ଘରୋଇକରଣ, ଜାଣନ୍ତୁ କେଉଁ ଦୁଇଟି ବ୍ୟାଙ୍କ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୁଇଟି ସରକାରୀ ବ୍ୟାଙ୍କର ଘରୋଇକରଣ ନେଇ ପ୍ରକ୍ରିୟା ଚାରି ରହିଛି । ଦେଶର କିଛି କମ୍ପାନୀର ଘରୋଇକରଣ ପରେ ସରକାର ଏବେ ଦୁଇଟି ବ୍ୟାଙ୍କର ପ୍ରାଇଭେଟାଇଜେସନ ନେଇ ପ୍ରୋସେସ୍ ଆରମ୍ଭ କରିଦେଇଛନ୍ତି । ସରକାରଙ୍କ ପକ୍ଷରୁ ଏନେଇ କାର୍ଯ୍ୟ ଜାରି ରହିଥିବା ବେଳେ ଖୁବଶୀଘ୍ର ଏନେଇ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।

ଆର୍ଥିକ ବର୍ଷ ୨୦୨-୨୧ର ବଜେଟରେ ଦୁଇଟି ସରକାରୀ ବ୍ୟାଙ୍କର ଘରୋଇକରଣ ନେଇ ଘୋଷଣା କରାଯାଇଥିଲା । ତେବେ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ)ର ବିନିବେଶ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଏଥିପାଇଁ ନୂଆ ନିଲାମଧାରୀଙ୍କୁ ଆମନ୍ତ୍ରିତ କରାଯିବ । ତେବେ ଏଥିପାଇଁ ଜଣେ ମାତ୍ର ନିଲାମଧାରୀ ରହିଥିବାରୁ ସରକାର ଉକ୍ତ ନିଲାମ ପ୍ରକ୍ରିୟାକୁ ରଦ୍ଦ କରିଦେଇଥିଲେ । ସରକାର ବିପିସିଏଲର ୫୨.୯୮ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ।

ତେବେ ଜଣାପଡ଼ିଛି ଯେ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର ଘରୋଇକରଣ କରାଯାଇପାରେ । ଏଥିପାଇଁ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଏହାର ମଞ୍ଜୁରୀ ପାଇଁ ସୁପାରିଶ ପଠାଯିବ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ମନ୍ତ୍ରିମଣ୍ଡଳ ଏହା ଉପରେ ମୋହର ମାରିବ ।

Get real time updates directly on you device, subscribe now.