fbpx

ମହିଳା ପୋଲିସ କର୍ମୀଙ୍କ ସହ ଅଶ୍ଳୀଳ କାମ କରୁଥିବା ନଜର ଆସିଲେ କନେଷ୍ଟବଳ, ସିସିଟିଭ ଫୁଟେଜ୍ ଭାଇରାଲ

ୟୁପି: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ପୋଲିସ ଷ୍ଟେସନରେ ମହିଳାଙ୍କ ସୁରକ୍ଷା ପାଇଁ ମହିଳା ଡେସ୍କ ସ୍ଥାପନ କରିଛନ୍ତି । ଏହାରି ମଧ୍ୟରେ କାନପୁରରେ ପୁରୁଷ ପୋଲିସ କର୍ମଚାରୀ ନିଜ ବିଭାଗର ମହିଳା ପୋଲିସ କର୍ମୀଙ୍କୁ ହଇରାଣ ଓ ବଳାତ୍କାର କରୁଥିବା ଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସୁଛି । କାନପୁରରେ ଗତ ଏକ ବର୍ଷ ମଧ୍ୟରେ କନେଷ୍ଟବଳ ଓ ଅନ୍ୟ ପୋଲିସ କର୍ମଚାରୀ ଦ୍ୱାରା ମହିଳା କର୍ମୀ ଓ ଯୁବତୀଙ୍କୁ ହଇରାଣ ହେଉଥିବା ମାମଲା ଅଧା ଡଜନରୁ ଅଧିକ ସାମ୍ନାକୁ ଆସିଛି ।

ନିକଟରେ କାନପୁର କୋତୱାଲୀର ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ କନେଷ୍ଟବଳ ଜଣେ ମହିଳା କନେଷ୍ଟବଳଙ୍କ ସହ ଅଶ୍ଳୀଳ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଏହି ମାମଲା ସିସିଟିଭିରେ କଏଦ୍ ହୋଇଛି । ସିସିଟିଭି ଫୁଟେଜରୁ ଏହା ଜଣାପଡିଛି ଯେ, ଅଭିଯୁକ୍ତ ପୋଲିସ କର୍ମଚାରୀ ପୋଲିସ ଷ୍ଟେସନର ରିପୋର୍ଟିଂ ଡେସ୍କରେ ବସି ମହିଳାଙ୍କ ସହ ଅଶ୍ଳୀଳ ବ୍ୟବହାର କରୁଛନ୍ତି । ମହିଳା କନେଷ୍ଟବଳ ବାରମ୍ବାର ତାଙ୍କ ହାତ ହଟାଉଛନ୍ତି, କିନ୍ତୁ ସେ ଏପରି କରିବାରୁ ବିରତ ହେଉନାହାନ୍ତିଁ ।

ସୋସିଆଲ ମିଡିଆରେ ସିସିଟିଭି ଫୁଟେଜ ଭାଇରାଲ ହେବା ପରେ ଅଧିକାରୀମାନେ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ମହିଳା କନଷ୍ଟେବଳଙ୍କ ପକ୍ଷରୁ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇନାହିଁ ।

Get real time updates directly on you device, subscribe now.