fbpx

ଗୁଜରାଟ ମିଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କହିଲେ ଏହି ୮ ବର୍ଷରେ ମୁଣ୍ଡ ନୁଆଁଇବାକୁ ଦେଇନାହିଁ

ରାଜକୋଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ରାଜକୋଟରେ ଏଟକୋଟରେ ନବନିର୍ମିତ ମାତୁଶ୍ରୀ କେଡିପି ଉଦଘାଟନ କରିଛନ୍ତି। ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ଉଦଘାଟନ କରିଛନ୍ତି । ଏହି ସମୟରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ମୁଁ ଖୁସି ଯେ ଆଜି ଏଠାରେ ମାତୁଶ୍ରୀ କେଡିପି ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ଆରମ୍ଭ କରାଯାଇଛି। ଏହି ଡାକ୍ତରଖାନା ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ବିପୁଳ ପରିମାଣରେ ମହିଳା ଅଭିବାଦନ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ଉଦଘାଟନ କରିବା ପରେ ଏକ ସାର୍ବଜନିନ ସଭାକୁ ସମ୍ବୋଧିତ କରିଥିଲେ। ଗୁଜରାଟ ମାଟିକୁ ଆସି ସେ ରାଜ୍ୟ ସମସ୍ତ ନାଗରିକଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ କରିଥିଲେ। ଗୁଜରାଟର ଲୋକେ ତାଙ୍କୁ ଯେଉଁ ଶିକ୍ଷା, ସଂସ୍କାର ଏବଂ ସମାଜ ପାଇଁ ବଞ୍ଚିବା ଶିଖାଇଛନ୍ତି, ଏହି କାରଣରୁ ସେ ଆଜି ମାତ୍ତୃଭିମୀର ସେବା କରିବାରେ କୌଣସି ହେଲା କରି ନଥିବା କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ସରିକାର ଗରିବଙ୍କୁ ଶସକ୍ତ କରିବାକୁ କାର୍ଯ୍ୟ କରିଛନ୍ତି। ଯାହା ଏବେ ପୂରା ଦେଶ ଦେଖୁଛି। ୧୦୦ ବର୍ଷର ସବୁଠୁ ବଡ଼ ସଙ୍କଟ କାଳ ଦେଶ ଲଗାତାର ଅନୁଭବ କରିଥିଲା। ମହାମରୀ ସମୟରେ ଗରିବ ଲୋକଙ୍କ ଆଗରେ ଖାଇବା ପିଇବା ସମସ୍ୟା ଉପୁଜିଥିଲା। ଏହି ସମସ୍ୟାକୁ ଏଡ଼ଅଇବା ପାଇଁ ଆମ ସରକାର ଭଣ୍ଡାର ଖୋଲି ଦେଇଥିଲେ।

ଏହା ସହିତ ଆମର ମା ଏବଂ ଭଉଣୀମାନେ ସମ୍ମାନର ସହ ବଞ୍ଚିପାରିବେ, ଆମେ ସେମାନଙ୍କ ଜନ ଧନ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଟଙ୍କା ଜମା କରିଛୁ। ସେହିଭଳି କୃଷକ ଏବଂ ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ଟଙ୍କା କରାଯାଇଛି। ଆମେ ମାଗଣା ଗ୍ୟାସ ସିଲିଣ୍ଡର ପାଇଁ ମଧ୍ୟ ବ୍ୟବସ୍ଥା କରିଛୁ ଯାହା ଦ୍ୱାରା ଗରିବଙ୍କ ଘରର ରୋଷେଇ ଘର ସର୍ବଦା ଚାଲିବ। ” ତେବେ ଆମ ସରକାରରେ ପ୍ରତ୍ୟେକ ନାଗରିକଙ୍କ ପାଖକୁ ସୁବିଧା ପହଞ୍ଚାଇବା ଲକ୍ଷ୍ୟରେ କାର୍ଯ୍ୟ ଜାରି ରହିଛି। ଯାହା ଫଳରେ ଦେଶରେ ଭେଦଭାବ ଲୋପ ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

 

 

Get real time updates directly on you device, subscribe now.