fbpx
BSKY
BJD MC SKY
BJD YOUTH SKY

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କେଉଁ ରାଜ୍ୟରୁ କିଏ…

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସ ୧୦ ତାରିଖରେ ଦେଶର ୫୭ ଟି ରାଜ୍ୟସଭା ସିଟ୍ ପାଇଁ ନିର୍ବାଚନ ହେବ । ଏଥିପାଇଁ ମେ ୩୧ ତାରିଖ ନାମାଙ୍କନ ଭରିବାର ଶେଷ ତାରିଖ ରହିଛି । ତେବେ ଏହାରି ମଧ୍ୟରେ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ୧୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ୧୦ ଜଣିଆ ପ୍ରାର୍ଥୀ ତାଲିକାକୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନୁମୋଦନ କରିଛନ୍ତି ।

ଜାରି ହୋଇଥିବା କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀମାନଙ୍କ ମଧ୍ୟରେ ଛତିଶଗଡ଼ରୁ କଂଗ୍ରେସ ନେତା ରାଜୀବ ଶୁକ୍ଳା ଏବଂ ଶ୍ରୀମତୀ ରଞ୍ଜୀତ ରାଜନ୍ ରହିଛନ୍ତି । ହରିୟାଣାରୁ କଂଗ୍ରେସ ନେତା ଅଜୟ ମାକେନ, କର୍ଣ୍ଣାଟକରୁ ଜୟରାମ ରମେଶ, ମଧ୍ୟପ୍ରଦେଶରୁ ବିବେକ ତନଖା, ମହାରାଷ୍ଟ୍ରରୁ ଇମରାନ ପ୍ରତାପଗଢ଼ୀ, ତାମିଲନାଡୁରୁ ପି.ଚିଦାମ୍ବରମଙ୍କୁ ଏବଂ ରାଜସ୍ଥାନରୁ ରଣଦୀପ ସୂର୍ଯେୱାଲା, ମୁକୁଲ ୱାସନିକ୍ ଏବଂ ପ୍ରମୋଦ ତିୱାରୀଙ୍କୁ କଂଗ୍ରେସ ରାଜ୍ୟସଭା ପ୍ରାର୍ଥୀ ଭାବରେ ମନୋନୀତ କରିଛି ।

ସୂଚନାଯୋଗ୍ୟ, ରବିବାର ବିଜେପି ପକ୍ଷରୁ ମଧ୍ୟ ରାଜ୍ୟସଭା ନିର୍ବାଚନ ପାଇଁ ୧୬ ଜଣିଆ ପ୍ରାର୍ଥୀ ତାଲିକା ଜାରି ହୋଇଛି । ଯେଉଁଥିରେ ମହାରାଷ୍ଟ୍ରରୁ ପୀୟୂଷ ଗୋୟଲ ଓ ଡା. ଅନିଲ ସୁଖଦେବରାଓ, ରାଜସ୍ଥାନରୁ ଘନଶ୍ୟାମ ତିୱାରୀ, ଉତ୍ତରପ୍ରଦେଶରୁ ଲକ୍ଷ୍ମୀକାନ୍ତ ବାଜପେୟୀ, ରାଧାମୋହନ ଅଗ୍ରୱାଲ, ସୁରେନ୍ଦ୍ର ସିଂହ ନାଗର, ବାବୁରାମ ନିଷାଦ, ଦର୍ଶନା ସିଂହ, ସଙ୍ଗୀତା ଯାଦବଙ୍କ ଭଳି ନେତାଙ୍କୁ ସ୍ଥାନ ମିଳିଛି ।

Get real time updates directly on you device, subscribe now.