fbpx

କରୋନାରେ କାହିଁକିି ହେଉଛି ମୃତ୍ୟୁ ?

କରୋନାରେ କିଭଳି ହେଉଛି ମୃତ୍ୟୁ । ଏବେ ସଭିଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ । ଶରୀରର କେଉଁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ଅଚଳ କରୁଛି କରୋନା ? ସାରାବିଶ୍ୱରେ ତିନି ମାସ ଧରି ତାଣ୍ଡବ କରୁଥିବା ଏହି ମହାମାରୀ ବାବଦରେ ବିଶ୍ୱର ଅନେକ ସ୍ଥାନରେ ଗବେଷଣା ଚାଲିଛି । ଏଥିରୁ ପ୍ରାରମ୍ଭିକ ଭାବେ ଯେଉଁ ତଥ୍ୟ ସମ୍ମୁଖକୁ ଆସିଛି ତାହା ହେଉଛି କରୋନା ପ୍ରଭାବରେ ଫୁସଫୁସ ଅକାମୀ ହୋଇ ଅଧିକାଂଶ ମୃତ୍ୟବରଣ କରୁଛନ୍ତି ।

ଆମେରିକୀୟ ଗବେଷକଙ୍କ ମୁତାବକ ଏହି ମହାମାରୀ ଭୂତାଣୁ ସିଧାସଳଖ ଫୁସଫୁସକୁ ସଂକ୍ରମଣ କରୁଛି । ପ୍ରଥମେ ବ୍ୟକ୍ତିର ରୋଗପ୍ରତିରୋଧକ ଶକ୍ତି ଉପରେ ବିଜୟ ପାଇଲା ପରେ ଫୁସଫୁସକୁ ସଂକ୍ରମିତ କରୁଛି । ଯାହା ଫଳରେ ଫୁସଫୁସକୁ ରକ୍ତ ସଞ୍ଚାଳନ ଓ ଅକ୍ସିଜେନ ସପ୍ଲାଏ ବାଧିତ ହେଉଛି । ଯାହା ପରବର୍ତ୍ତୀ ସମୟରେ ସଂପୃକ୍ତ ବ୍ୟକ୍ତିର ମୃତ୍ୟୁର କାରଣ ପାଲଟୁଛି ।

Get real time updates directly on you device, subscribe now.