fbpx
BSKY SKY
BSKY SKY

ଭାରତୀୟ ବୈଜ୍ଞାନିକଙ୍କୁ ବଡ ସଫଳତା: ପ୍ରଥମଥର ପାଇଁ ମାଇକ୍ରୋସ୍କୋପରେ କଏଦ୍ ହେଲା କରୋନା ଭାଇରସର ଚିତ୍ର

BSKY

ନୂଆଦିଲ୍ଲୀ,୨୮ ।୩: କରୋନା ଭାଇରସ୍ ଯୋଗୁଁ ସାରା ବିଶ୍ୱରେ ହାହାକାର ସୃଷ୍ଟି ହୋଇଛି । ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି । ଏହାରି ମଧ୍ୟରେ ଭାରତୀୟ ବେଜ୍ଞାନିକମାନଙ୍କୁ ବଡ ସଫଳତା ମିଳିଛି । ବୈଜ୍ଞାନିକମାନେ ପ୍ରଥମଥର ପାଇଁ ମାଇକ୍ରୋସ୍କୋପରେ ନିଆଯାଇଥିବା କରୋନା ଭାଇରସର ଚିତ୍ରକୁ ଜାରି କରିଛନ୍ତି । ଏହି ଚିତ୍ର ଦ୍ୱାରା ବୈଜ୍ଞାନିକମାନଙ୍କୁ ରିସର୍ଚ୍ଚରେ ବହୁ ଫାଇଦା ହେବ ବୋଲି କୁହାଯାଉଛି । ଏହା ସହ ଆଶା କରାଯାଉଛି ଯେ, କରୋନା ଚିକିତ୍ସା ପାଇଁ ଟୀକା ପ୍ରସ୍ତୁତ କରିବାରେ ଭାରତ ଖୁବଶୀଘ୍ର ସଫଳ ହୋଇପାରେ ।

ତେବେ ଜାନୁଆରୀ ୩୦ରେ ଭାରତର ପ୍ରଥମ କରୋନା ରୋଗୀ କେରଳରେ ଚିହ୍ନଟ ହୋଇଥିଲେ । ଚିହ୍ନଟ ବ୍ୟକ୍ତିଙ୍କ ବେକରୁ କରୋନା ଭାଇରସର ନମୁନା ନିଆଯାଇଥିଲା ।

Get real time updates directly on you device, subscribe now.