fbpx

ହକିରେ ଜବରଦସ୍ତ କମବ୍ୟାକ କଲା ଭାରତ: ତଥାପି ମ୍ୟାଚ ଡ୍ର

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ବିପକ୍ଷରେ ସୁପର-୪ର ରବିନ ଲିଗ ମୁକାବିଲା ଖେଳ ଜାରି ରଖିଛି ଟିମ ଇଣ୍ଡିଆ । ଏହି ମ୍ୟାଚ ଭାରତୀୟ ଟିମ ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ ପାଲଟିଛି । ମ୍ୟାଚରେ ବିଜୟ ହାସଲ କଲେ ଦଳ ଫାଇନାଲକୁ ଏଣ୍ଟ୍ରି କରିବ । କିନ୍ତୁ ଯଦି ମ୍ୟାଚରେ ପରାଜୟ ମିଳୁଛି, ତେବେ ତୃତୀୟ ସ୍ଥାନ ପାଇଁ ପୁଣି ଥରେ ମଇଦାନରେ ଯୁଦ୍ଧ କରିବାକୁ ପଡିପାରେ ।

ରବିବାର ମାଲେସିଆ ବିପକ୍ଷରେ ମ୍ୟାଚରେ ବିଜୟ ସହ ଫାଇନାଲ ପାଇଁ ସେତୁବନ୍ଧ ବାନ୍ଧିତିଲା ଭାରତ । କିନ୍ତୁ ରଜୀ ରହିମଙ୍କ ହାଟ୍ରିକ ଭାରତ ପାଇଁ ରାସ୍ତା ଆହୁରି କଠିନ କରି ଦେଇଛି । ୩-୩ରେ ମ୍ୟାଚକୁ ଡ୍ର କରି ଭାରତ ପାଇଁ ଫାଇନାଲରେ ପହଞ୍ଚିବା ଟିକିଏ କଷ୍ଟକର କରିଛନ୍ତି ରହିମ ।
ପ୍ରଥମ କ୍ୱାର୍ଟରରେ ପଛରେ ରହିଥିବା ଭାରତ ଦ୍ୱିତୀୟ କ୍ୱାର୍ଟରରେ ଦମଦାର କମବ୍ୟାକ କରିଛି । ଅଳ୍ପ ସମୟ ମଧ୍ୟରେ ୩ଟି ଗୋଲ ହାସଲ କରି କ୍ୱାର୍ଟରରେ ଲିଡ ମଧ୍ୟ କରଥିଲା ମେନ ଇନ ବ୍ଲୁ । ତେବେ ଏହାପରେ ପୁଣିଥରେ କୋରିଆ ଏକ ଗୋଲ କରି ସ୍କୋର ବରାବର କରି ନେଇଥିଲା । ତେବେ ଶେଷରେ ଏହି ମ୍ୟାଚ ଡ୍ର ରହିଛି ।

Get real time updates directly on you device, subscribe now.