ଦିନେ ବିକୁଥିଲେ ପରିବା, ଏପରି ଭାବରେ ବଦଳିଲା ଭାଗ୍ୟ, ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ କଲେ ପ୍ରଶଂସା

ଯେଉଁମାନେ କଠିନ ପରିଶ୍ରମ କରନ୍ତି ସେମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବାରେ ଅଧିକ ସମୟ ଲାଗେ ନାହିଁ  । ଉତ୍ତରପ୍ରଦେଶର ଇଟାୱା ଭରଥନାର ପୁନମଙ୍କ ସହ । ଆଉ ନିକଟରେ ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି ।

ସୂଚନା ଅନୂଯାୟୀ ବୁଧବାର ଦିନ ପୁନମ୍ ରାଜଧାନୀ ଲକ୍ଷେ୍ନøରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପୁଣମ୍ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବହୁତ ଖୁସିଥିଲେ  କାରଣ ଦିନେ ସେ ପନିପରିବା ବିକ୍ରିକରି ରୋଜଗାର କରୁଥିଲେ । କିନ୍ତୁ ଯେତେବେଳେ ପୁନମ୍ ଶାନ୍ତି ସହାୟତା ଗ୍ରୁପରେ ଯୋଗ ଦେଇଥିଲେ ଏବଂ ବିଦ୍ୟୁତ୍ ବିଲ୍ ସଂଗ୍ରହ କରିବାକୁ ପାୱାର୍ କର୍ପୋରେସନ୍ ଯୋଜନାରେ ଯୋଗ ଦେଇଥିଲେ ଏବଂ ଗାଁର ଲୋକଙ୍କ ପାଇଁ ବିଦ୍ୟୁତ୍ ସଂଗ୍ରହ କରିବାର ଚାକିରି ପାଇଲେ ସେତେବେଳେ ତାଙ୍କ ଜୀବନ ବଦଳିଥିଲା ।

ପୁନମ୍ ୨୦୨୦ ରେ ବିଲିଂ ଯୋଜନାରେ ଯୋଗ ଦେଇ ଗାଁରୁ ଗାଁକୁ ଯାଇ ବିଦ୍ୟୁତ୍ ବିଲ୍ ଜମା କରିବାରେ ଲାଗିପଡ଼ିଲେ । ଏହି ଯୋଜନା ଅଧୀନରେ ପୁନମ୍ ପାୱାର୍ କର୍ପୋରେସରେ ପ୍ରାୟ ଦୁଇ କୋଟି ଟଙ୍କା ଜମା କରିଛନ୍ତି  । ଯେଉଁଥିରେ ପୁନମଙ୍କୁ ଦୁଇ ଲକ୍ଷ ୬୩ ହଜାର ୫୪୩ ଟଙ୍କା ମିଳିଛି । କହିବାକୁ ଗଲେ ପ୍ରାୟ ୧୦ ହଜାରରୁ ୧୫ ହଜାର ଟଙ୍କା ମାସିକ ଆୟ କରୁଛନ୍ତି ।

ବିଦ୍ୟୁତ୍ ସଖି ଭାବରେ କାର୍ଯ୍ୟ ଆରମ୍ଭ କରିଥିବା ପୁଣମ୍ କେବେ ଭାବି ନଥିଲେ ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ବିଷୟରେ ପଚାରିବେ ।  ସେ କିପରି କାମ କରୁଛନ୍ତି ଏବଂ କେତେ ଲାଭ କରୁଛନ୍ତି ତାହା ମୁଖ୍ୟମନ୍ତ୍ରୀ ପୁନମଙ୍କୁ ପଚାରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଶ୍ନ ଉପରେ ପୁନମ୍ କହିଛନ୍ତି ଯେ ସେ ବହୁତ ଉତ୍ସାହିତ ଅଛନ୍ତି ଏବଂ ପ୍ରତି ମାସରେ ୧୩ ଲକ୍ଷ ଟଙ୍କା ବିଦ୍ୟୁତ ବିଲ୍ ସଂଗ୍ରହ କରୁଛନ୍ତି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ ।

ସେ ଭରଥନାର ୮୫୦ ଘରେ ବିଦ୍ୟୁତ୍ ବିଲ୍ ସଂଗ୍ରହ ପାଇଁ ପରିଚିତ  । ଏହି ପ୍ରୟାସ ଯୋଗୁଁ ସେ ପ୍ରତି ମାସରେ ୧୦ ରୁ ୧୨ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ପୁନମଙ୍କ ଉଦ୍ୟମକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୁନମ୍ ନିଶ୍ଚିତ ଭାବରେ ଆପଣ ଗ୍ରାମାଞ୍ଚଳର ମହିଳା ତଥା ଇଟାୱା ଏବଂ ଏହାର ଆଖପାଖ ଜିଲ୍ଲାର ମହିଳାମାନଙ୍କ ପାଇଁ ଏକ ପ୍ରେରଣାଦାତା କାର୍ଯ୍ୟ କରିଛନ୍ତି । ଏହି ପ୍ରେରଣା ପାଇଁ ଆପଣ ଦେଶରେ ବିଦ୍ୟୁତ ସଖି ଭାବରେ ମନୋନୀତ ହୋଇଛନ୍ତି  ।