ଶସ୍ତା ଅଳଙ୍କାର କିଣିବାର ସୁବର୍ଣ୍ଣ ସୁଯୋଗ: ସୁନା ୫୦୦ ତ’ ରୂପା ୧୦୦୦ ଟଙ୍କା ହ୍ରାସ

ନୂଆଦିଲ୍ଲୀ: ବିବାହ ଋତୁରେ ଯଦି ଆପଣ ଶସ୍ତା ସୁନା-ରୂପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଆନ୍ତର୍ଜାତୀୟ ବୁଲିଅନ୍ ବଜାରରେ ସୁନା ଓ ରୂପା ଦର ହ୍ରାସ ପାଇବାରେ ଲାଗିଛି । ବଜାରରେ ସୁନା ୫୦୦ ଟଙ୍କା ହ୍ରାସ ପାଇଁ ପାଇଥିବା ବେଳେ ରୂପା ୧୦୦୦ ଟଙ୍କା ଶସ୍ତା ହୋଇଛି ।

ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ହଜାର ୩୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦ ହଜାର ୬୧୦ ଟଙ୍କା ରହିଛି । ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୭,୫୦୦ ଟଙ୍କା ଓ ୫୨,୮୨୦ ଟଙ୍କା ରହିଛି ।

ଦେଶର ପ୍ରମୁଖ ସହରମାନଙ୍କରେ ମଧ୍ୟ ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୪୭,୫୦୦ ଟଙ୍କା ଓ ୫୨,୮୨୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୭,୭୦୦ ଟଙ୍କା ଓ ୫୨,୮୨୦ ଟଙ୍କା ରହିଛି ।

ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ମୂଲ୍ୟ ୪୭ ହଜାର ୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ମୂଲ୍ୟ ୫୨ ହଜାର ୨୮୫ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୭,୫୦୦ ଟଙ୍କା ଓ ୫୨,୮୨୦ ଟଙ୍କା ରହିଛି । ଆଜି ରୁପା ମୂଲ୍ୟ ବଢ଼ିଛି । ରୁପା ଦର କିଲୋଗ୍ରାମ ପ୍ରତି ୬୦,୬୦୦ ଟଙ୍କା ଥିବା ନେଇ ରେକର୍ଡ ହୋଇଛି ।