fbpx

ଶବ ବ୍ୟବଛେଦ ନିମନ୍ତେ ୫ କିମି କାନ୍ଧରେ ବୋହିକି ନେଲେ ପରିବାର ଲୋକେ

ରାୟଗଡ଼ା: ଶବ ବ୍ୟବଛେଦ ନିମନ୍ତେ କାନ୍ଧରେ ବୋହିକି ନେଲେ ପରିବାର ଲୋକେ । ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଦୁଡୁକାବାହଲ ଗାଁରେ । ଗତ ମାସ ୪ ତାରିଖରୁ ବାବୁଲା ଗୌଡ଼ ନାମକ ମାନସିକ ବିକୃତ ଯୁବକ ନିଖୋଜ ଥିଲେ, ଏନେଇ ଗତ ମାସ ୪ ତାରିଖରେ ଟିକିରି ଥାନରେ ଏତଲା ହୋଇଥିଲା। ଗତକାଲି ନିକଟସ୍ତ ଜଙ୍ଗଲରୁ ଶବ ଠାବ ହୋଇଥିଲା।

ଘଟଣା ସ୍ଥଳରେ ଫରେନସିକ ଟିମ୍ ସହିତ ପୋଲିସ ପହଞ୍ଚି ଶୁଖି ଯାଇଥିବା ମରଶରୀରକୁ ଜବତ କରି ବ୍ୟବଛେଦ ନିମନ୍ତେ କୋରାପୁଟ ନେବାକୁ ପଡ଼ିବ ବୋଲି କହିଥିଲେ । ଫଳରେ କୋରାପୁଟ ନେବା ବ୍ୟବସ୍ତା ପୋଲିସ ନକରି ପାରିବାର ବର୍ଗଙ୍କୁ ନେବାକୁ ପରାମର୍ଶ ଦେଇଥିଲା।

ଅର୍ଥ ଅଭାବରୁ ପରିବାର ଲୋକେ ମୃତଦେହକୁ ବୋହି ଟିକିରି ନେଉଥିଲେ। ଏମିତିକି ପ୍ରାୟ ୫ କିମି ନେବାପରେ ପୋଲିସ ହସ୍ତକ୍ଷେପ କରି କୋରାପୁଟ ନେବା ବ୍ୟବସ୍ଥା କରିଥିଲେ। ବର୍ତ୍ତମାନ ପୋଲିସ କୋରାପୁଟ ନେବା ପାଇଁ ନିଷ୍ପତ୍ତି ନେଇଛି ବୋଲି ରାୟଗଡ଼ା ଏସଡିପିଓ ଦେବଜ୍ୟତି ଦାସ କହିଛନ୍ତି।

Get real time updates directly on you device, subscribe now.