fbpx

Google Pay ପକ୍ଷରୁ ଭାରତୀୟ ୟୁଜର୍ସଙ୍କୁ ମିଳିଲା ଶାନଦାର ଉପହାର, ଜାଣନ୍ତୁ ଆପରେ କ’ଣ ଆସିଛି ନୂଆ ଅପଡେଟ୍

ନୂଆଦିଲ୍ଲୀ: ଗୁଗଲ ପେ ବା ଜି’ପେ ପକ୍ଷରୁ ଏକ ନୂଆ ଅପଡେଟ୍ ଆସିଛି । ତେବେ ଏହି ଅପଡେଟ ଭାରତୀୟ ୟୁଜର୍ସଙ୍କ ପାଇଁ ଗିଫ୍ଟ ସଦୃଶ ହୋଇଛି । ୟୁପିଆଇ ବେସଡ୍ ଜି’ପେ ଏଣିକି ହିଙ୍ଗଲିସକୁ ସପୋର୍ଟ କରିବ । ଏନେଇ କମ୍ପାନୀ ଏକ ଭାରତୀୟ ଇଭେଣ୍ଟରେ ଘୋଷଣା କରିଛି । ତେବେ ଶେଷରେ କମ୍ପାନୀ ଉକ୍ତ ଘୋଷଣାକୁ ନୂଆ ଫିଚର ଭାବେ ଲଞ୍ଚ କରିଥିବା ଜଣାପଡ଼ିଛି ।

ଜି’ପି ଏଣିକି ହିଙ୍ଗଲିସ ସହିତ ୧୦ଟି ଭାଷାକୁ ସପୋର୍ଟ କରିବ । ଏଥିରେ ଇଂରାଜୀ, ହିନ୍ଦୀ, ବେଙ୍ଗଲୀ, ଗୁଜରାଟୀ, କନ୍ନଡ଼, ମରାଠୀ, ତାମିଲ, ତେଲୁଗୁ ସାମିଲ ରହିଛି । ଯଦି ଆପଣମାନେ ଏହି ଆପରେ ନିଜର ପସନ୍ଦର ଭାଷା ପରିବର୍ତ୍ତନ କରିବାକୁ ଚାହାନ୍ତି ତେବେ ତାହା ସହଜରେ କରିପାରିବେ ।

ଏହି ନୂଆ ସେବା ପାଇବା ପାଇଁ ସର୍ବପ୍ରଥମେ ଆପଣ ଆପ ଷ୍ଟୋର ବା ଗୁଗଲ ପ୍ଲେ ଷ୍ଟୋରରୁ ଗୁଗଲ ପେ’ର ଲାଟେଷ୍ଟ ବର୍ଜନ ଅପଡେଟ୍ କରିବାକୁ ପଡ଼ିବ । ଜି’ପେ ଓପନ କରିବା ପରେ ଟପ୍ ରାଇଟ କର୍ଣ୍ଣରକୁ ଯାଇ ପ୍ରୋଫାଇଲ ଆଇକନ ଉପରେ କ୍ଲିକ କରିବାକୁ ପଡ଼ିବ । ଏହାପରେ ସେଣ୍ଟିଙ୍ଗସକୁ ଯାଇ ପର୍ସନାଲ ଇନଫୋ ଅପ୍ସନ ଉପରେ ଟ୍ୟାପ କରନ୍ତୁ । ଆପଣଙ୍କୁ ଲାଙ୍ଗୁଏଜ ଅପ୍ସନ ଦେଖାଦେବା ପରେ ଆପଣ ନିଜ ପସନ୍ଦର ଭାଷାକୁ ସିଲେକ୍ଟ କରିପାରିବେ ।

Get real time updates directly on you device, subscribe now.