fbpx

କଟକ ସହରକୁ ଗଡ଼ିବ ଆଉ ୩୦ଟି ‘ମୋ ବସ୍’, ଜାଣନ୍ତୁ କେବେଠାରୁ ଏହି ସେବା ଆରମ୍ଭ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକବାସୀଙ୍କ ପାଇଁ ଏକ ଖୁସି ଖବର । ଖୁବଶୀଘ୍ର କଟକ ସହରକୁ ଗଡ଼ିବ ୩୦ଟି ‘ମୋ ବସ୍’ । ତେବେ ୪ଟି ନୂଆ ରୁଟରେ ଏହି ବସ ଯାତାୟତ କରିବ । ଗତ ୧ ତାରିଖଠାରୁ ରାଜଧାନୀ ଭୁବନେଶ୍ୱରର ‘ମୋ ବସ୍’ ସେବାରେ ୧୦ଟି ଇ-ବସ୍ ଯୋଡ଼ି ହୋଇଥିଲା । ବସଗୁଡ଼ିକ ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱରର ୩୦ଟି ରୁଟରେ ଚଳାଚଳ କରିଥିଲା ।

ତେବେ କଟକ ସହରକୁ ଆଉ ୩୦ଟି ‘ମୋ ବସ୍’ ଯାତାୟତ କରିବା ସହରବାସୀଙ୍କ ପାଇଁ ନିଶ୍ଚିତ ଭାବେ ଏକ ଖୁସି ଖବର । ବିଜୁ ପଟ୍ଟନାୟକ ଛକରୁ ଚାରବାଟିଆ, ବାରବାଟୀ ଷ୍ଟାଡିୟମରୁ ସାଲେପୁର, ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଏସସିବି ମେଡିକାଲ ଓ ଧବଳେଶ୍ୱରରୁ କନ୍ଦରପୁର ପରି ୪ଟି ରୁଟରେ ‘ମୋ ବସ୍’ ଚଳାଚଳ କରିବ । ଆସନ୍ତା ୮ ତାରିଖରୁ ଏହି ସେବା ଆରମ୍ଭ ହେବ ବୋଲି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଦିନକୁ ଦିନ ‘ମୋ ବସ’ର ଚାହିଦା ବଢ଼ିବାରେ ଲାଗିଛି । ଜନସାଧାରଣ ଆଜିକାଲି ‘ମୋ ବସ’ରେ ଯିବାଆସିବା କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଗତ ମାସ ୧ ତାରିଖରୁ ୧୫ ତାରିଖ ମଧ୍ୟରେ ୨୨ ଲକ୍ଷରୁ ଅଧିକ ଯାତ୍ରୀ ‘ମୋ ବସ’ରେ ଯାତାୟତ କରିଥିଲେ । ୩୨ଟି ରୁଟରେ ଚଳାଚଳ କରୁଥିବା ୨୨୫ଟି ‘ମୋ ବସ’ରେ ଭୁବନେଶ୍ୱର, କଟକ, କୋଣାର୍କ, ପୁରୀ, ଖୋର୍ଦ୍ଧା ଓ ପିପିଲି ପରି ସହରକୁ ଦୈନିକ ହାରାହାରି ୧.୫ ଲକ୍ଷ ଯାତ୍ରୀ ଯିବାଆସିବା କରିଥିବା କ୍ରୁଟ ପକ୍ଷରୁ କୁହାଯାଇଥିଲା ।

Get real time updates directly on you device, subscribe now.