fbpx

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦: ଆରମ୍ଭ ହେଲା ଅଫଲାଇନ Ticket ବୁକିଂ, କଟକ ମେୟର କିଣିଲେ ଟିକେଟ୍

କଟକ: ଚଳିତ ମାସ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମ୍ୟାଚ ପୂର୍ବରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ନେଇ ମକଡ୍ରିଲ ମଧ୍ୟ କରାଯାଇଛି । ମ୍ୟାଚ ପାଇଁ ଅନଲାଇନ ଟିକେଟ ବୁକିଂ ମଧ୍ୟ ଶେଷ ହୋଇଛି ।

ତେବେ ଆଜିଠାରୁ ମ୍ୟାଚ ପାଇଁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି । ସକାଳ ୧୦ ଟାରୁ ଟିକେଟ ବିକ୍ରି ଆରମ୍ଭ ହୋଇଛି । ତେବେ ଆଜି ମଙ୍ଗଳବାର ଏବଂ ଆସନ୍ତାକାଲି ବୁଧବାର ପ୍ରଥମେ ଓସିଏ ସହ ଅନୁବନ୍ଧିତ ଥିବା ସ୍କୁଲ, କଲେଜ, କ୍ଲବ ଆଦିଙ୍କୁ ଆଜି ଟିକେଟ ବିକ୍ରି କରାଯିବ । ଏହାପରେ ୯ ଏବଂ ୧୦ ତାରିଖରେ ଦର୍ଶକଙ୍କ ପାଇଁ ଅଫଲାଇନରେ ଟିକେଟ ମିଳିବ । ଏଥିରେ ସମୁଦାୟ ୧୨ ହଜାର ଟିକେଟ ବିକ୍ରି କରାଯିବ ।

ଏହି ପରିପ୍ରେକ୍ଷୀରେ ଆଜି କଟକ ମେୟର ସୁବାଷ ସିଂ କିଣିଛନ୍ତି । ଏହି ଅବସରରେ ମେୟର ସୁବାଷ ସିଂହ କହିଛନ୍ତି ଯେ ଏହି ମ୍ୟାଚ୍ କଟକରେ ହେବା ଓଡ଼ିଶା ପାଇଁ ଗୌରବ ବିଷୟରେ, ସେ କହିଛନ୍ତି ସୁରୁଖୁରୁରେ ମ୍ୟାଚ୍ ସରିବା ପାଇଁ ସମସ୍ତେ ପ୍ରୟାସ କରୁଛନ୍ତି ।

ସୂଚନାଯୋଗ୍ୟ, ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ମ୍ୟାଚ ପାଇଁ ପ୍ରଥମ ଟିକେଟ୍ କିଣିଛନ୍ତି । ଏହି ଅବସରରେ ଓଡ଼ିଶା କ୍ରିକେଟ ଏକାଡେମୀ (ଓସିଏ)ର କିଛି ଅଫିସିଆଲ ଅଧିକାରୀ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ୍ ପ୍ରଦାନ କରିଥିଲେ ।

Get real time updates directly on you device, subscribe now.