fbpx

କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର: ବାରବାଟୀ ମ୍ୟାଚ୍ ମାମଲା ହାଇକୋର୍ଟରେ ଖାରଜ

କଟକ(ଓଡ଼ିଶା ଭାସ୍କର): ବାରବାଟୀ ଷ୍ଟାଡିୟମ କ୍ରିକେଟ ମ୍ୟାଚ୍ ସମ୍ପର୍କିତ ମାମଲା ଆଜି ଖାରଜ ହୋଇଛି । ମ୍ୟାଚ୍ ବାତିଲ ଆବେଦନ ସମ୍ପର୍କିତ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ । ମାମଲା ଖାରଜ ସହ ବାରବାଟୀ ଟି-୨୦ ମ୍ୟାଚ୍ ଉପରୁ ଆଶଙ୍କା ଟଳିଯାଇଛି ।

ଭର୍ଚୁଆଲରେ ଉପସ୍ଥିତ ରହି ହାଇକୋର୍ଟଙ୍କୁ ତଥ୍ୟ ଦେଇଛନ୍ତି ଏଜି । ଶୃଙ୍ଖଳି ଓ ସୁରକ୍ଷିତ ମ୍ୟାଚ୍ ଆୟୋଜନ ନେଇ ଏଜି ତଥ୍ୟ ଦେଇଛନ୍ତି । ଶୃଙ୍ଖଳା ଓ ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାର ନେଇଥିବା ସେ ପ୍ରବୋଧନା ଦେଇଛନ୍ତି । ଲଜିଙ୍କ ପ୍ରବୋଧନା ଭିତ୍ତିରେ ମାମଲା ଖାଜର କରିଛନ୍ତି ହାଇକୋର୍ଟ ।

ବାରବାଟୀ ମ୍ୟାଚ୍ ବାତିଲ ପାଇଁ ହାଇକୋର୍ଟରେ ଆବେଦନ ହୋଇଥିଲା । ଢ଼େଙ୍କାନାଳ ଭୁବନ ଅଞ୍ଚଳର ଜନୈକ ସଞ୍ଜୟ ନାୟକ ଆବେଦନ କରିଥିଲେ । ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ସେ ମ୍ୟାଚ୍ ବାତିଲ ଆବେଦନ କରିଥିଲେ । ଅନ୍ୟପଟେ ଚଳିତ ମାସ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମ୍ୟାଚ ପୂର୍ବରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ନେଇ ମକଡ୍ରିଲ ମଧ୍ୟ କରାଯାଇଛି । ମ୍ୟାଚ ପାଇଁ ଅନଲାଇନ ଟିକେଟ ବୁକିଂ ମଧ୍ୟ ଶେଷ ହୋଇଛି । ଆଜି ଟିକେଟ୍ ବୁକିଂ ଅଫଲାଇନରେ ଆରମ୍ଭ ହୋଇଛି ।

ସକାଳ ୧୦ ଟାରୁ ଟିକେଟ ବିକ୍ରି ଆରମ୍ଭ ହୋଇଛି । ତେବେ ଆଜି ମଙ୍ଗଳବାର ଏବଂ ଆସନ୍ତାକାଲି ବୁଧବାର ପ୍ରଥମେ ଓସିଏ ସହ ଅନୁବନ୍ଧିତ ଥିବା ସ୍କୁଲ, କଲେଜ, କ୍ଲବ ଆଦିଙ୍କୁ ଆଜି ଟିକେଟ ବିକ୍ରି କରାଯିବ । ଏହାପରେ ୯ ଏବଂ ୧୦ ତାରିଖରେ ଦର୍ଶକଙ୍କ ପାଇଁ ଅଫଲାଇନରେ ଟିକେଟ ମିଳିବ । ଏହି ଚାରିଦିନରେ ମୋଟ ୮ ହଜାର ଟିକେଟ୍ ଅଫଲାଇନରେ ବିକ୍ରି କରାଯିବ । ଏହି ପରିପ୍ରେକ୍ଷୀରେ ଆଜି କଟକ ମେୟର ସୁବାଷ ସିଂ କିଣିଛନ୍ତି । ଏହି ଅବସରରେ ମେୟର ସୁବାଷ ସିଂହ କହିଛନ୍ତି ଯେ ଏହି ମ୍ୟାଚ୍ କଟକରେ ହେବା ଓଡ଼ିଶା ପାଇଁ ଗୌରବ ବିଷୟରେ, ସେ କହିଛନ୍ତି ସୁରୁଖୁରୁରେ ମ୍ୟାଚ୍ ସରିବା ପାଇଁ ସମସ୍ତେ ପ୍ରୟାସ କରୁଛନ୍ତି ।

Get real time updates directly on you device, subscribe now.