fbpx

ରାଜସ୍ଥାନରେ ନୂଆ ରେକର୍ଡ ସୃଷ୍ଟି କଲା ହିଟୱେଭ: ୩ ମାସରେ ୫୧ ଦିନ ଚାଲିଲା ଲୁ

ରାଜସ୍ଥାନ: ଚଳିତ ବର୍ଷ ସାରା ଦେଶକୁ ହିଟୱେଭର କରାଳ ରୂପ ଦେଖିବାକୁ ପଡିଛି । କିନ୍ତୁ ଏହା ମଧ୍ୟରେ ରାଜସ୍ଥାନ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଚଳିତବର୍ଷ ହିଟୱେଭ ୩ ମାସ ମଧ୍ୟରେ ମୋଟ ୫୧ ଦିନ ରହିଥିବା କହିଛି ପାଣିପାଗ ବିଭାଗ । ଏହା ସହିତ ଗତ ୧୦ ବର୍ଷ ଭିତରେ ଚଳିତବର୍ଷ ସର୍ବାଧିକ ଗରମ ହୋଇଥିବା ରେକର୍ଡ କରାଯାଇଛି । ସାଧାରଣତଃ ପ୍ରତିବର୍ଷ ଏପ୍ରିଲରେ ହିଟୱେଭ ରାଜସ୍ଥାନରେ ପହଞ୍ଚୁଥିବା ବେଳେ ୨୦୨୨ରେ ମାର୍ଚ୍ଚରେ ଏଣ୍ଟ୍ରି କରିଥିଲା ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ରାଜସ୍ଥାନରେ ୨୦୧୯ ଅପେକ୍ଷା ଦଇ ଗୁଣ ଅଧିକ ଦିନ ଜାରି ରହିଲା ହିଟୱେଭ । ୨୦୧୯ରେ ହିଟୱେଭ ପ୍ରାୟତଃ ୨୦ ଦିନ ଚାଲିଥିବା ବେଳେ ଏହା ଚଳିତ ଦଶନ୍ଧିର ସବୁଠାରୁ ଉତ୍ତପ୍ତ ବର୍ଷ ବୋଲି କୁହାଯାଇଛି । ଚଳିତବର୍ଷ ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସରେ ମୋଟ ୫୧ ଦିନ ପର୍ଯ୍ୟନ୍ତ ହିଟୱେଭ ଜାରି ରହିଥିଲା । ମାର୍ଚ୍ଚର ୧୫ ଦିନ, ଏପ୍ରିଲର ୨୧ ଏବଂ ମେ ମାସର ୧୫ ଦିନ ଅସହ୍ୟ ତାତିରେ ସିଜିଛି ସାରା ରାଜସ୍ଥାନ । ଚଳିତ ବର୍ଷରେ ରେକର୍ଡ ହୋଇଥିବା ହିଟୱେଭକୁ ନଜର କଲେ ୨୦୨୨ ଏହି ଦଶନ୍ଧିର ସବୁଠାରୁ ଅଧିକ ଏବଂ ଉତ୍ତପ୍ତ ବର୍ଷ ବୋଲି କହିଛି ପାଣିପାଗ ବିଭାଗ ।

ଏହି ବର୍ଷ ସମୟ ପୂର୍ବରୁ ହିଟୱେଭ ରାଜସ୍ଥାନର ବାଡମେରରେ ଆରମ୍ଭ ହୋଇଥିଲା । ତେବେ ଏହି ପ୍ରକ୍ରିୟାରେ ଶ୍ରୀଗଙ୍ଗାନଗରରେ ସର୍ବାଧିକ ୪୮.୩ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ତେବେ ଏହି ହିଟୱେଭର କାରଣ ଗ୍ଲୋବାଲ ୱାର୍ଣ୍ଣିଂ ବୋଲି ଦର୍ଶାଇଛନ୍ତି ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟର କିରଣ ପାଣ୍ଡେ ।

Get real time updates directly on you device, subscribe now.