fbpx

ବଦଳିଲା ଆଇସିସି ଟେଷ୍ଟ ରାଙ୍କିଙ୍ଗ: ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ଫାଇଦା

ନୂଆଦିଲ୍ଲୀ: ଟେଷ୍ଟ ପ୍ଲେୟରମାନଙ୍କ ରାଙ୍କିଙ୍ଗ ଜାରି କରିଛି ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ । ଏହି ତାଲିକା ଅନୁସାରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ ଏବଂ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ମିଳିଛି ବଡ ଫାଇଦା । କିନ୍ତୁ ଭାରତୀୟ ଷ୍ଟାର ବୋଲର ଜସପ୍ରୀତ ବୁମରାହଙ୍କୁ ଏହି ରାଙ୍କିଙ୍ଗ ଦ୍ୱାରା ଏକ ଝଟକା ଲାଗିଛି ।

ବ୍ୟାଟ୍ସମ୍ୟାନ ତାଲିକାରେ ଦୁଇଟି ସ୍ଥାନ ଲମ୍ଫ ଦେଇ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ । ସେହିପରି ବାବର ଆଜମ ମଧ୍ୟ ଗୋଟିଏ ପାଦ ଉପରକୁ ଉଠି ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ତେବେ ଏହି ଦୁଇ ଖେଳାଳିଙ୍କ ସଫଳତାରେ ଅନେକ ଖେଳାଳିଙ୍କୁ କ୍ଷତି ସହିବାକୁ ପଡିଛି । ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ ଦ୍ୱିତୀୟ ସ୍ଥାନରୁ ପଞ୍ଚମ ସ୍ଥାନକୁ ଖସି ଆସିଥିବା ବେଳେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ ଗୋଟିଏ ପାଦ ତଳକୁ ଖସି ତୃଥୀୟ ସ୍ଥାନରେ ଅଟକିଛନ୍ତି । ତେବେ ୮୯୨ ପଏଣ୍ଟ ସହ ପ୍ରଥମ ସ୍ଥାନରେ ମାର୍ନସ ଲାବୁସେନ ରହିଛନ୍ତି । ଏହାବ୍ୟତୀତ ଟପ-୧୦ ତାଲିକାରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଦୁଇ ଭାରତୀୟ ଖେଳାଳି ଯଥାକ୍ରମେ ଅଷ୍ଟମ ଏବଂ ଦଶମ ସ୍ଥାନ ପାଇଛନ୍ତି ।

ସେହିପରି ବୋଲର ତାଲିକାରେ ମଧ୍ୟ ୨ ବୋଲର ସାମିଲ ଅଛନ୍ତି । ୮୫୦ ପଏଣ୍ଟ ସହ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତେବେ ଦ୍ରୁତ ବୋଲର ଜଶପ୍ରୀତ ବୁମରାହଙ୍କୁ ଗୋଟିଏ ପାଦ ତଳକୁ ଖସିବାକୁ ପଡିଛି । ନ୍ୟୁଜିଲାଣ୍ଡର କାଇଲ ଜାମିସନ ୨ଟି ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନ ଦଖଲ କରିଛନ୍ତି । ଏହି ତାଲିକାର ଶୀର୍ଷରେ ୯୦୧ ପଏଣ୍ଟ ସହ ନିଜ ଦବଦବା ଜାରି ରଖିଛନ୍ତି ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ ।

Get real time updates directly on you device, subscribe now.