ନୂଆଦିଲ୍ଲୀ: ଆପଣ କେବେ ମଣିଷକୁ ପଶୁଙ୍କ ସହ କଥା ହେବାର ଶୁଣିଛନ୍ତି କି? ଏକଥା ଶୁଣିଲେ ଆପଣ ହୁଏତ ଭାବିବେ ଏହା କିପରି ସମ୍ଭବ? କେହି ପଶୁଙ୍କ ସହ କେମିତି କଥା ହୋଇପାରିବ? କିନ୍ତୁ ଦୁନିଆରେ ଏଭଳି ଲୋକ ଅଛନ୍ତି ଯେଉଁମାନଙ୍କଠାରେ ବିଶେଷ ପ୍ରତିଭା ରହିଛି । ଯାହା ଫଳରେ ସେମାନେ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିପାରିଥାନ୍ତି । ଏହିଭଳି କିଛି ସ୍ୱତନ୍ତ୍ର ପ୍ରତିଭାର ଅଧିକାରିଣୀ ଆମେରିକାର ଫିଲାଡୋଲ୍ଫିଆ ର ନିକୀ ବାସ୍କୋନେଜ । ଏହି ମହିଳାଙ୍କ ଏବେ ନିଜର ବିଶେଷ ପ୍ରତିଭାକୁ ନିଜର କ୍ୟାରିୟର ଭାବରେ ବାଛିଛନ୍ତି ।
ନିକୀ ବାସ୍କୋନେଜ ନାମକ ଏହି ମହିଳା ନା କେବଳ ପଶୁଙ୍କ ସହ କଥା ହେଉଛନ୍ତି ବରଂ ତାଙ୍କ ହୃଦୟ କଥା ମଧ୍ୟ ଜାଣିନିଅନ୍ତି । ଏଭଳି ବିଶେଷ ପ୍ରତିଭା ଥିବା ବ୍ୟକ୍ତିଙ୍କୁ ପ୍ରଫେସନାଲ ଆନିମଲ ହ୍ୱିସ୍ପର କୁହାଯାଏ । ନିକୀ କୁକୁର ଏବଂ ବିଲେଇଙ୍କ ହୃଦୟ କଥା ସହଜରେ ବୁଝିନିଅନ୍ତି ଏବଂ ତାଙ୍କ ଏହି ପ୍ରତିଭାକୁ ସେ ଏବେ ନିଜର କ୍ୟାରିୟର ଭାବରେ ଆପଣାଇଛନ୍ତି ।
ଡେଲିଷ୍ଟାରର ଏକ ରିପୋର୍ଟ ଅନୂଯାୟୀ, ୩୩ ବର୍ଷୀୟ ନିକୀ ପୂର୍ବରୁ ପ୍ରପର୍ଟୀ ଲୟର ଭାବରେ କାମ କରୁଥିଲେ । ଯେଉଁଥିରେ ତାଙ୍କର ବାର୍ଷିକ ପ୍ୟାକେଜ୍ ୫୮ ଲକ୍ଷର ଥିଲା । କିନ୍ତୁ ନିଜର ଚାକିରି ସମୟରେ ପଶୁ ମନୋବିଜ୍ଞାନ ପଢ଼ିବା ଆରମ୍ଭ କରିଥିଲେ । ଏହା ତାଙ୍କୁ ଖୁବ୍ ପସନ୍ଦ ଆସିଥିଲା । ପରେ ସେ ତାଙ୍କ ଚାକିରି ଛାଡ଼ି ନିଜର କ୍ଲିନିକ୍ ଖୋଲି ଜଣେ ପ୍ରଫେସନାଲ ଥେରାପିଷ୍ଟ ହୋଇଯାଇଥିଲେ ।
ସେ ୨୦୨୦ ରୁ ଏହି କାମ କରିଆସୁଛନ୍ତି । ସୋସିଆଲ ମିଡିଆ ସହଯୋଗରେ ସେ ଅଧିକ ଲୋକପ୍ରିୟ ହୋଇଥିବା କହିଛନ୍ତି । ନିକୀ କହିଛନ୍ତି ଏହି ନୂଆ କାମରେ ସେ ବହୁତ୍ ଖୁସି ଅଛନ୍ତି । ରିପୋର୍ଟ ଅନୂଯାୟୀ ନିକୀ ଗୋଟିଏ ସେସନ ପାଇଁ ୨୭ ହଜାର ଚାର୍ଜ କରିଥାନ୍ତି ।