fbpx

ହ୍ୟାକ ହେଲା ଡିଜିଟାଲ ନ୍ୟୁଜ ଚ୍ୟାନେଲ: ଲାଇଭ ଶୋ’ରେ ଉଡିଲା ପାକିସ୍ତାନୀ ପତାକା

ଆସାମ: ଆସାମର ଏକ ଲୋକପ୍ରିୟ ନ୍ୟୁଜ ଚ୍ୟାନେଲରେ ଲାଇଭ ଶୋ’ରେ ଦେକିବାକୁ ମିଳିଛି ଏକ ଅଜବ ପ୍ରକାରର ଦୃଶ୍ୟ । ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ଶୋ’ ମଝିରେ ପାକିସ୍ତାନୀ ପତାକା ଉଡୁଥିବାର ଦେଖିବାକୁ ମିଳିଛି । ତେବେ ଏହି ଚାନେଲ କିଛି ସମୟ ପାଇଁ ହ୍ୟାକ କରାଯାଇଥିବା ଜଣାଯାଇଛି । କେବଳ ସେତିକି ନୁହେଁ, ପେଗମ୍ବର ମହମ୍ମଦ ମାମଲାକୁ ନେଇ ଗୀତ ବାଜିଛି । ପବିତ୍ର ପେଗମ୍ବରକୁ ସମ୍ମାନ କରିବା ପାଇଁ ନାରା ଦିଆଯାଇଥିଲା ।

ପାକିସ୍ତାନର ଏକ ହ୍ୟାକିଙ୍ଗ ଗ୍ରୁପ “ରିବୋଲ୍ୟୁସନ ପିକେ’ରେ ଟାଇମ ୮ ନ୍ୟୁଜ ଚ୍ୟାନେଲର ୟୁଟ୍ୟୁବ ଆକାଉଣ୍ଟ ହ୍ୟାକ କରାଯାଇଥିବା ଅଭିଯୋଗ ହୋଇଛି । ଆସାମର ଏହି ଡିଜିଟାଲ ନ୍ୟୁଜ ଚ୍ୟାନେଲର ୭୦ ଲକ୍ଷରୁ ଅଧିକ ଫଲୋଅର ରହିଛନ୍ତି । ତେବେ ଗତ ଜୁନ ୯ ତାରିଖରେ ଏହି ଚ୍ୟାନେଲରେ ଲାଇଭ ଷ୍ଟ୍ରିମିଙ୍ଗ ସମୟରେ ଟ୍ରାନ୍ସମିସନ ବାଧାପ୍ରାପ୍ତ ହୋଇଛି । ତେବେ ପାକିସ୍ତାନ ହ୍ୟାକର ଗ୍ରୁପ କିଛି ସମୟ ପାଇଁ ଚ୍ୟାନେଲକୁ ହ୍ୟାକ କରିଥିବା କହିଛନ୍ତି ଚ୍ୟାନେଲର ମ୍ୟାନେଜିଙ୍ଗ ଏଡିଟର ଉତ୍ପଳ କାନ୍ତ । ତେଣୁ ଚ୍ୟାନେଲର ସ୍କ୍ରିନରେ କିଛି ସମୟ ପାଇଁ ପାକିସ୍ତାନୀ ପତାକା ଦେଖାଯାଇଥିଲା । ଏଭଳି ଏକ ସାଇବର କ୍ରାଇମକୁ ଘୋର ନିନ୍ଦା କରିଛନ୍ତି ଚ୍ୟାନେଲ କର୍ତ୍ତୃପକ୍ଷ ।

ଏହି ଘଟଣା ପରେ ଏଭଳି କାର୍ଯ୍ୟକଳାପ ଭାରତର ସୁରକ୍ଷା ସହିତ ଖେଳାଯାଉଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ଅଭିଯୁକ୍ତଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି । ତେବେ ହ୍ୟାକରମାନେ ଚ୍ୟାନେଲକୁ ବଦନାମ କରିବା ପାଇଁ ଚେଷ୍ଟା କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ଉତ୍ପଳକାନ୍ତ । ଏହାର ଭିହିଓ ପାକିସ୍ତାନର ଲୋକମାନେ ସୋସିଆଲ ମିଡିଆରେ ଶେୟାର କରିଥିବା ଦେଖାଯାଇଛି ।

Get real time updates directly on you device, subscribe now.