IPL ମ୍ୟାଚର ପ୍ରସାରଣ ପାଇଁ ଟିଭି ଓ ଡିଜିଟାଲ ମିଡିଆକୁ ମିଳିଲା ଅଧିକାର

ନୂଆଦିଲ୍ଲୀ: ଆଇପିଏଲ ମ୍ୟାଚର ପ୍ରସାରଣ ପାଇଁ ଟିଭି ଓ ଡିଜିଟାଲ ମିଡିଆକୁ ମିଳିଛି ଅଧିକାର । ଆଗାମୀ ଆଇପିଏଲ ମ୍ୟାଚର ପ୍ରସାରଣ ପାଇଁ ଅଧିକାର ମିଳିଛି । ୪୩ ହଜାର ୨୫୫ କୋଟିରେ ୫ ବର୍ଷ ପାଇଁ ଆଗାମୀ ଆଇପିଏଲ ମ୍ୟାଚର ପ୍ରସାରଣ କରିବାକୁ ଅଧିକାର ମିଳିଥିବା ସୂଚନା ମିଳିଛି । ଅର୍ଥାତ ଆଇପିଏଲ ଆଗାମୀ ସଂସ୍କରଣର ସମସ୍ତ ଖେଳ ଟିଭି କିମ୍ବା ଡିଜିଟାଲ ମିଡିଆରେ ପ୍ରସାରଣ ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବିସିସିଆଇକୁ ଏହି ଟଙ୍କା ଦେବ ପ୍ରସାରଣ ଅଧିକାର ପାଇଥିବା ସଂସ୍ଥା ।

ଏହା ସହ ଡିଜିଟାଲରେ ପ୍ରସାରଣ ପାଇଁ ବିସିସିଆଇ ନେବ ୪୮ କୋଟି ଟଙ୍କା । ଟିଭିରେ ଗୋଟିଏ ଖେଳ ପ୍ରସାରଣ ପାଇଁ ୫୭ କୋଟି ୫୦ ଲକ୍ଷ ଟଙ୍କା ନେବ । ତେବେ ପ୍ରସାରଣ ଅଧିକାର କେଉଁ କମ୍ପାନୀ ପାଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । କିନ୍ତୁ ଟିଭି ଓ ଡିଜିଟାଲ ପ୍ରସାରଣ ଅଧିକାର ଭିନ୍ନ ଭିନ୍ନ ସଂସ୍ଥା ପାଇଥିବା ସୂଚନା ମିଳିଛି । ଆଇପିଏଲରେ ବର୍ତ୍ତମାନ ୭୪ଟି ମ୍ୟାଚ ହେଉଛି । ଏହିସବୁ ମ୍ୟାଚ ପାଇଁ ଆଗାମୀ ୫ ବର୍ଷ ଲାଗି ମୋଟ୍ ୪୩ ହଜାର ୨୫୫ କୋଟି ଟଙ୍କା ସଂପୃକ୍ତ ଚ୍ୟାନେଲକୁ ଦେବାକୁ ପଡିବ ।