fbpx

ICICI, HDFC, BoB ଓ Union ବ୍ୟାଙ୍କର ଲୋନ୍ ହେଲା ମହଙ୍ଗା, ଜାଣନ୍ତୁ କାହାର ରେଟ୍ କେତେ ବଢ଼ିଲା

ନୂଆଦିଲ୍ଲୀ: ଗତ ୮ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟରେ ପରିବର୍ତ୍ତନ କରିଥିଲା । ନୂଆ ଘୋଷଣା ମୁତାବକ ଆରବିଆଇ ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରିଥିଲା । ତେବେ ରେପୋ ରେଟ୍ ବଢ଼ିବା ପରେ ସମସ୍ତ ବ୍ୟାଙ୍କ ନିଜ ନିଜର ଏମସିଏଲଆର ବା ଲେଣ୍ଡିଂ ରେଟ୍ ବୃଦ୍ଧି କରିବା ଆରମ୍ଭ କରିଦେଇଛନ୍ତି । ଏମସିଏଲଆର ବଢ଼ିବା ପରେ ଏବେ ପ୍ରତ୍ୟେକ ପ୍ରକାରର ଲୋନ୍ ମହଙ୍ଗା ହୋଇଯାଇଛି ।

ଆଇସିଆଇସିଆଇ ବ୍ୟାଙ୍କ ଓଭରନାଇଟ୍ ଲୋନର ଏମସିଏଲଆର ୭.୩୦ ପ୍ରତିଶତ, ମାସିକ ଲେଣ୍ଡିଂ ରେଟ ୭.୩୦ ଧାର୍ଯ୍ୟ କରିଛି । ଏଚଡିଏଫସି ବ୍ୟାଙ୍କ ଓଭରନାଇଟ୍ ଲୋନର ଏମସିଏଲଆର ୭.୫୦ ପ୍ରତିଶତ, ମାସିକ ଏମସିଏଲଆର ୭.୫୫ ପ୍ରତିଶତ ରଖିଛି । ବ୍ୟାଙ୍କ ଅଫ୍ ବରୋଦା ଓଭରନାଇଟ୍ ଲୋନର ଏମସିଏଲଆର ୬.୮୦ ପ୍ରତିଶତ, ମାସିକ ଏମସିଏଲଆର ୭.୨୦ ପ୍ରତିଶତ ରଖିଛି ।

ୟୁନିୟନ ବ୍ୟାଙ୍କ ଓଭରନାଇଟ୍ ଲୋନର ଏମସିଏଲଆର ୬.୭୦ ପ୍ରତିଶତ, ମାସିକ ଏମସିଏଲଆର ୬.୮୫ ପ୍ରତିଶତ ରଖିଛି । ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଓଭରନାଇଟ୍ ଲୋନର ଏମସିଏଲଆର ୭.୧୫ ପ୍ରତିଶତ, ମାସିକ ଏମସିଏଲଆର ୬.୬୫ ପ୍ରତିଶତ ରଖିଛି । କାନାରା ବ୍ୟାଙ୍କ ଓଭରନାଇଟ୍ ଲୋନର ଏମସିଏଲଆର ୬.୬୫ ପ୍ରତିଶତ, ମାସିକ ଏମସିଏଲଆର ୭.୫୫ ପ୍ରତିଶତ ରଖିଛି ।

Get real time updates directly on you device, subscribe now.