fbpx

ଟଙ୍କା ବ୍ୟାଗ ରଖିଥିଲେ କନ୍ୟାର ବାପା: ୩୦ ସେକେଣ୍ଟରେ ଘଟିଗଲା କିଛି ଏମିତି

ନୂଆଦିଲ୍ଲୀ: ବିବାହରେ କନ୍ୟାର ପିତା ନିଜ ପାଖରେ ଏକ ବ୍ୟାଗ ରଖିଥାନ୍ତି, ଯେଉଁଥିରେ ଦାମୀ ଜିନିଷ ସହିତ ଟଙ୍କା ମଧ୍ୟ ଥାଏ । ତେବେ ବିବାହ ଭଳି ଦିନରେ ବନ୍ଧୁ ବାନ୍ଧବଙ୍କ ଭିଡରେ କେହି ଚୋର ଏହାକୁ ଚୋରି କରି ନେଇଯିବାର ଯଥେଷ୍ଟ ସମ୍ଭାବନା ରହିଥାଏ । ତେଣୁ ପରିବାରର କେହି ସଦସ୍ୟ ବ୍ୟାଗର ଯତ୍ନ ନେଇଥାନ୍ତି । ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ସିଟିଭି ଫୁଟେଜ ।

ଜୟପୁର ପ୍ରତାପନଗର ଥାନା ଅଞ୍ଚଳରେ ଘଟିଛି କିଛି ଅଦ୍ଭୁତ ଏବଂ ମଜାଦାର ଘଟଣା । ରାମନଗରିୟା ନିବାସୀ ପୃଥ୍ୱୀରାଜ ମିଣାଙ୍କ ଝିଅର ବିବାହ କସ୍ତୁରୀବାଗ ମ୍ୟାରେଜ ଗାର୍ଡେନରେ ଚାଲିଥିଲା । ଏହି ସମୟରେ ୨ ଯୁବକ କନ୍ୟାର ପିତାଙ୍କ ପାଖାପାଖି ଘୁରି ବୁଲୁଥିଲେ । ତେବେ ପାଖାପାଖି ୭ ଘଣ୍ଟା ପର୍ଯ୍ୟନ୍ତ ସୁଯୋଗର ଅପେକ୍ଷାରେ ରହିଥିଲେ ଏହି ଯୁବକ । ତେବେ ସକାଳ ୫ଟା ସମୟରେ ସୁଯୋଗ ପାଇ ଉଭୟ ଯୁବକ ଘଟାଇଥିଲେ ଏମିତି କାଣ୍ଡ ।

କନ୍ୟାଙ୍କ ପିତାଙ୍କ ନିକଟରେ ଥିବା ଟଙ୍କା ବ୍ୟାଗକୁ ସୁଯୋଗ ଦେକି ହଡପ କରି ନେଇଛନ୍ତି ଏହି ଯୁବକ । ମାତ୍ର କିଛି ସେକେଣ୍ଡ ପାଇଁ ବ୍ୟାଗ ତଳେ ରଖିଥିବା ବେଳେ ଏହାକୁ ଦରି ଫେରାର ହୋଇଯାଇଛନ୍ତି ଲୁଟେରା । ଲୁଟ ହୋଇଥିବା ବ୍ୟାଗରେ ୫ ଲକ୍ଷ ଟଙ୍କା, ଗହଣା ଏବଂ ଅନ୍ୟ କିଛି ଜିନିଷ ମଧ୍ୟ ରହିଥିଲା । ତେବେ ବାହାରକୁ ଯିବା ସମୟରେ ସିସିଟିଭିରେ ସେମାନଙ୍କ କାରନାମା ରେକର୍ଡ ହୋଇଛି । ପପ୍ରତାପନଗରୀ ପୋଲିସ ଏ ନେଇ ମାମଲା ରୁଜୁ କରିବା ସହ ତଦନ୍ତକାର୍ଯ୍ୟ ଆରମ୍ଭ କରିଛି ।

Get real time updates directly on you device, subscribe now.