fbpx

କାଶ୍ମୀରରେ ପୁଣି ଟାର୍ଗେଟ୍ କିଲିଂ, ପୁଲୱାମାରେ ସବ୍ ଇନ୍‌ସ୍ପେକ୍ଟରଙ୍କୁ ହତ୍ୟାକଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ପୁଣି ଟାର୍ଗେଟ୍ କିଲିଂ। ପୁଲୱାମାରେ ଗତକାଲି ଜଣେ ପୋଲିସ ଅଧିକାରୀଙ୍କୁ ଗୁଳିମାରି ହତ୍ୟା କରିଛନ୍ତି ଆତଙ୍କବାଦୀ। ମୃତକ ଅଧିକାରୀ ବୁହତ୍ ଦିନ ପରେ ଛୁଟିରେ ତାଙ୍କ ଘରକୁ ଆସିଥିଲେ। ଜାମ୍ମୁ-କାଶ୍ମୀର ପୋଲିସରେ ସବ୍ ଇନ୍‌ସ୍ପେକ୍ଟର ଫାରୁକ୍ ଅହମଦ ଆଇଆରପିରେ ମୁତୟନ ଥିଲେ। ଫାରୁକ୍ ଗତକାଲି ହିଁ ଛୁଟିରେ ଘରକୁ ଆସିଥିଲେ। ଆତଙ୍କବାଦୀମାନେ ଫାରୁକ୍‌ଙ୍କୁ ତାଙ୍କ ଘରୁ ଉଠାଇ ନେଇଥିଲେ ଏବଂ ଧାନ ବିଲରେ ଗୁଳିକରି ଦେଇଥିଲେ।

ପୋଲିସ ଏହି ହତ୍ୟାକାଣ୍ଡକୁ ନେଇ ଏକ ମାମଲା ଦାଖଲ କରି ହତ୍ୟାକାରୀଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଆରମ୍ଭ କରିଛି। ଜାମ୍ମୁ କାଶ୍ମୀରର ସୁରକ୍ଷା ଏଜେନ୍ସିଗୁଡିକ ପାଇଁ ଏବେ ହାଇବ୍ରିଡ୍ ଆତଙ୍କବାଦୀମାନେ ଏକ ନୂତନ ଆହ୍ୱାନ୍ ଭାବରେ ଉଭା ହୋଇଛନ୍ତି। ଗତ ୨ ମାସ ମଧ୍ୟରେ କାଶ୍ମୀରରେ ହାଇବ୍ରିଡ ଆତଙ୍କବାଦୀମାନେ ଟାର୍ଗେଟରେ ହତ୍ୟା ଘଟଣାର ୬ ଟି ଘଟଣା ଘଟିଛି।

ସେହିପରି ନିକଟ ଅତୀତରେ ସୁରକ୍ଷା ବାହିନୀ ୬ ଜଣ ଲଶ୍କର ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। କାଶ୍ମୀରର କୁଲଗା ଏନକାଉଣ୍ଟରରେ ବ୍ୟାଙ୍କ ମ୍ୟାନେଜର ବିଜୟ କୁମାରଙ୍କ ହତ୍ୟାକାରୀ ମଧ୍ୟ ନିହତ ହୋଇଥିଲେ। ଏହାପରେ ଶୋପିଆନ୍‌ରେ ହୋଇଥିବା ଏନକାଉଣ୍ଟରରେ ସୈନିକମାନେ ଦୁଇଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ।

Get real time updates directly on you device, subscribe now.