fbpx

ଆମେରିକା ପାକିସ୍ତାନକୁ ସହଯୋଗ କରିବା କାରଣରୁ ଭାରତ-ପାକ୍ ସମସ୍ୟା ବୃଦ୍ଧି ପାଉଛି: ଜୟଶଙ୍କର

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ୍ ଜୟଶଙ୍କର ନିଜର ମତାମତ ପ୍ରକାଶ କରିଛନ୍ତି । ଭାରତ-ପାକ୍ ମଧ୍ୟରେ ସୃଷ୍ଟି ହେଉଥିବା ଅନେକ ସମସ୍ୟା ପଛରେ ସିଧାସଳଖ ଆମେରିକାର ହାତ ରହିଛି । ଆମେରିକା ପାକିସ୍ତାନକୁ ସମର୍ଥନ କରୁଥିବା କାରଣରୁ ଏପରି ଘଟୁଛି । ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ୱାରା ଜମ୍ମୁ କଶ୍ମୀରରେ ଚରମପନ୍ଥୀଙ୍କୁ ଭଡ଼କାଇବା, ହତିଆର ଯୋଗାଇବା, ଘାଟିରେ ଶାନ୍ତି ଭଙ୍ଗ କରିବା ପ୍ରସଙ୍ଗରେ ଜୟଶଙ୍କର ଏହି ଟିପ୍ପଣୀ ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ବାଇଡେନ ପ୍ରଶାସନ ଦ୍ୱାରା କୁହାଯାଇଛି ଯେ, ପାରମ୍ପରିକ ବୁଝାମଣା ସହ ଆଗକୁ ବଢ଼ିବା କ୍ଷେତ୍ରରେ ପାକିସ୍ତାନ ଆମର ଜଣେ ସହଯୋଗୀ ରାଷ୍ଟ୍ର । ଇସଲାମାବାଦ ସହ ୱାଶିଂଟନର ସମ୍ବନ୍ଧକୁ ଆଗକୁ ବଢ଼ାଯିବା ସହ ଦ୍ୱିପାକ୍ଷିକ ହିତକୁ ଗୁରୁତ୍ୱ ଦିଆଯିବ ବୋଲି ଆମେରିକାରେ ବୈଦେଶିକ ମୁଖପାତ୍ର କହିଛନ୍ତି ।

ସେହିପରି ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଭାରତକୁ ନେଇ ପାକିସ୍ତାନର ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ପାକିସ୍ତାନ ସର୍ବଦା ଭାରତ ସହ ଅନ୍ୟ ସମସ୍ତ ପଡ଼ୋଶୀଙ୍କ ସହିତ ଉତ୍ତମ ସମ୍ପର୍କ ରକ୍ଷା କରିବାକୁ ଇଚ୍ଛୁକ । ସୂଚନାଯୋଗ୍ୟ ଯେ, ଗତ ମେ ମାସରେ ଆମେରିକା ସେକ୍ରେଟାରୀ ଅଫ୍ ଷ୍ଟେଟ ଆଣ୍ଟୋନୀ ବ୍ଲିଙ୍କେନଙ୍କ ନିମନ୍ତ୍ରଣ ରକ୍ଷା କରି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲୱାଲ ଭୁଟ୍ଟୋ ଜର୍ଦ୍ଦାରୀ ଆମେରିକା ଗସ୍ତ କରିଥିଲେ ।

Get real time updates directly on you device, subscribe now.