fbpx

୧ ଜୁଲାଇରୁ ମହଙ୍ଗା ହେବ Hero ବାଇକ୍ ଓ ସ୍କୁଟର, ଜାଣନ୍ତୁ କେତେ ବଢ଼ିବ ଦାମ୍?

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଟୁ-ହ୍ୱିଲର ନିର୍ମାତା କମ୍ପାନୀ ହିରୋ ମୋଟୋକର୍ପ ଜୁଲାଇ ୧ ରୁ ଏହାର ବାଇକ୍ ଏବଂ ସ୍କୁଟରର ଦାମ୍ ରେ ବୃଦ୍ଧି କରିବାକୁ ଯାଉଛି । କମ୍ପାନୀ ଗୁରୁବାର କହିଛି ଯେ ୧ ଜୁଲାଇ ଠାରୁ ନିଜର ମୋଟରସାଇକେଲ ଏବଂ ସ୍କୁଟରର ଦାମ୍ ରେ ବୃଦ୍ଧି କରିବାକୁ ଯାଉଛି । କମ୍ପାନୀ ଏହାର କାରଣ ଯନ୍ତ୍ରାଂଶର ଦରବୃଦ୍ଧି ବୋଲି କହିଛି । କୁହାଯାଉଛି ଯେ ଟୁ-ହ୍ୱିଲରର ଦାମ୍ ୩ ହଜାର ପର୍ଯ୍ୟନ୍ତ ବଢ଼ିପାରେ ।

ହିରୋ ମୋଟୋକର୍ପ ଏକ ବୟାନରେ କହିଛି ଯେ ଦାମରେ ବୃଦ୍ଧି ଅଲଗା ଅଲଗା ମଡେଲ ଉପରେ ଏବଂ ମାର୍କେଟ ହିସାବରେ ଭିନ୍ନ ଭିନ୍ନ ହୋଇପାରେ ।

ହିରୋ ଏହା ପୂର୍ବରୁ ଚଳିତ ବର୍ଷ ଜାନୁଆରୀରେ ବାଇକ୍ ଏବଂ ସ୍କୁଟରର ଦାମ୍ ୨୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଥିଲା । ଏହା ବ୍ୟତୀତ କମ୍ପାନୀ ଗତ ବର୍ଷ ପ୍ରଥମେ ୧ ଜୁଲାଇରେ ୨୦୦୦ ଟଙ୍କା ଏବଂ ପରେ ସେପ୍ଟେମ୍ବର ୨୦ରେ  ୩୦୦୦ ଟଙ୍କା ପର୍ଯ୍ୟନ୍ତ ଦାମରେ ବୃଦ୍ଧି କରିଥିଲା ।

ସୂଚନାଯୋଗ୍ୟ, ଭାରତର ଟପ୍ ୬ ଟୁ ହ୍ୱିଲର ନିର୍ମାତା ହିରୋ, ହୋଣ୍ଡା, ଟିଭିଏସ୍, ବଜାଜ୍, ସୁଜୁକୀ ଏବଂ ରୟାଲ ଏନଫିଲ୍ଡ ଏପ୍ରିଲ ୨୦୨୨ ରେ ଦେଶରେ ୧୦,୯୯,୧୬୭ ୟୁନିଟ୍ ବିକ୍ରି କରିଛନ୍ତି । ଏହି ସଂଖ୍ୟା ଗତ ବର୍ଷ ଏପ୍ରିଲ୍ ତୁଳନାରେ ୧,୪୫,୮୨୯ ୟୁନିଟ୍ ଅଧିକ ଅର୍ଥାତ୍ ୧୫.୩ ପ୍ରତିଶତ । ତେବେ ହିରୋର ଏପ୍ରିଲ୍ ୨୦୨୨ ରେ ବିକ୍ରି ଗତ ବର୍ଷ ତୁଳନାରେ ୧୬.୩୧ ପ୍ରତିଶତ ବଢ଼ିଛି । ଏପ୍ରିଲରେ କମ୍ପାନୀ ଘରୋଇ ବଜାରରେ ୩,୪୨,୬୧୪ ୟୁନିଟ୍ ବିକ୍ରି କରିଛି ।

Get real time updates directly on you device, subscribe now.