fbpx

ଆନନ୍ଦ ଟପ୍ପୋଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା: ହକି ତାରକା ବୀରେନ୍ଦ୍ର ଲାକ୍ରା ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ଆନନ୍ଦଙ୍କ ପରିବାର ଲୋକେ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ବିଶ୍ୱ ହକି ଜଗତର ଏକ ଜଣାଶୁଣା ନାଁ ବୀରେନ୍ଦ୍ର ଲାକ୍ରା । କିନ୍ତୁ ଏବେ ବୀରେନ୍ଦ୍ରଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆସିଛି । ଅଲିମ୍ପିଆନ ବିରେନ୍ଦ୍ର ଲାକ୍ରା ଓ ତାଙ୍କ ବାନ୍ଧବୀ ମନଜିତ ଟେଟେଙ୍କ ନାଁରେ ଆସିଛି ହତ୍ୟା ଭଳି ସାଂଘାତିକ ଅଭିଯୋଗ । ଭୁବନେଶ୍ୱରରେ ଘଟିଥିବା ଆନନ୍ଦ ଟପ୍ପୋଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଏହି ଦୁଇଜଣ ସାମିଲ ଥିବା ସିଧାସଳଖ ଅଭିଯୋଗ ଆଣିଛନ୍ତି ଆନନ୍ଦଙ୍କ ପରିବାର ଲୋକେ ।

ମୃତ ଆନନ୍ଦଙ୍କ ବାପା ଓ ମାଙ୍କ କହିବା ଅନୁସାରେ ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳର ଏକ ଫ୍ଲାଟରେ ଆନନ୍ଦ ଟପ୍ପୋଙ୍କ ମୃତଦେହ ମିଳିଥିଲା । ଆଉ ଏହି ଏହି ଫ୍ଲାଟ ଥିଲା ବୀରେନ୍ଦ୍ର ଲାକ୍ରାଙ୍କର । ବୀରେନ୍ଦ୍ର ଲାକ୍ରା ଓ ଆନନ୍ଦ ପିଲାଦିନର ବନ୍ଧୁ ଥିଲେ । ଅଭିଯୋଗ ହେଉଛି ଜଣେ ଯୁବତୀଙ୍କୁ ଉଭୟ ଭଲ ପାଉଥିଲେ ଏବଂ ସେହି କାରଣରୁ ଏଭଳି ଘଟଣା ଘଟିଛି । ପରିବାର ଲୋକଙ୍କ କହିବା କଥା, ପୋଲିସ ଜାଣିଶୁଣି ତଦନ୍ତ ଠିକ ଭାବରେ ତଦନ୍ତ କରୁନାହିଁ । ବୀରେନ୍ଦ୍ର ଜଣେ ଡିଏସ୍‌ପି ହୋଇଥିବାରୁ ତଦନ୍ତ ହେଉ ନାହିଁ ବୋଲି ଅଭିଯୋଗ କରିଛନ୍ତି । ତେଣୁ ଘଟଣାର ସିବିଆଇ ତଦନ୍ତ ପାଇଁ ଆନନ୍ଦଙ୍କ ପରିବାର ଲୋକେ ଦାବି କରିଛନ୍ତି । ଆନନ୍ଦଙ୍କ ପରିବାର ଲୋକଙ୍କ କହିବା କଥା ହେଲା, ତାଙ୍କ ପୁଅ ସଂପୂର୍ଣ୍ଣ ସୁସ୍ଥ ଥିଲେ । ଫେବୃଆରୀ ୧୬ରେ ସେ ବିବାହ କରିଥିଲେ । କିନ୍ତୁ ହଠାତ୍‌ ୨୮ ତାରିଖରେ ଭୁବନେଶ୍ୱରରେ ତାଙ୍କ ମୃତଦେହ ମିଳିଥିଲା ।

Get real time updates directly on you device, subscribe now.