fbpx

ମହାକାଶରେ ପ୍ରଥମ ସୋଲାର ପ୍ଲାଣ୍ଟ ଲଗାଇବ ଚୀନ୍, ୨୦୨୮ ସୁଦ୍ଧା ଲଞ୍ଚ କରିବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ: ଚନ୍ଦ୍ର ଏବଂ ମଙ୍ଗଳରୁ ସଫଳତାର ସହ ପ୍ରଥମ ପ୍ରୟାସରେ ସଫଳ ଭାବରେ ସାମ୍ପୁଲ ସଂଗ୍ରହ କରିବା ପରେ ଚୀନ ଏହାର ପ୍ରଥମ ସୌର ଶକ୍ତି ଦ୍ୱାରା ପରିଚାଳିତ ପ୍ଲାଣ୍ଟକୁ ମହାକାଶରେ ଲଗାଇବାକୁ ପ୍ରସ୍ତୁତି କରୁଛି । ଏହି ପ୍ରୋଜେକ୍ଟ ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ଏବଂ ଏହାକୁ ୨୦୨୮ ସୁଦ୍ଧା ଲଞ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହି ସୋଲାର ସ୍ପେଶ ଷ୍ଟେସନ ଦ୍ୱାରା ସୌରଶକ୍ତିକୁ ବିଦ୍ୟୁତଶକ୍ତି ଏବଂ ମାଇକ୍ରୋୱେଭରେ ପରିଣତ କରିବା ନେଇ ଲକ୍ଷ୍ୟ ରହିଛି । ସ୍ପେଶ ଷ୍ଟେସନ ଦ୍ୱାରା ଉତ୍ପାଦିତ ହୋଇଥିବା ଶକ୍ତିକୁ ଅରବିଟରେ ଥିବା ସାଟେଲାଇଟକୁ ଚଳାଇବା କିମ୍ବା ୱାୟାରଲେସ ଟ୍ରାନ୍ସମିଶନ ମାଧ୍ୟମରେ ପୃଥିବୀକୁ ପଠାଯିବ । ଏକ ରିପୋର୍ଟ ଅନୂଯାୟୀ ଜିଡିଆନ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ଟିମ୍ ଏନେଇ ଗବେଷଣା ଜାରି ରଖିଛନ୍ତି । ଏହି ସୋଲାର ଷ୍ଟେସନ ସୌରଶକ୍ତିକୁ ବିଦ୍ୟୁତ୍ ଶକ୍ତିକୁ ରୂପାନ୍ତର କରି ମାଇକ୍ରୋୱେଭ ଜରିଆରେ ପୃଥିବୀକୁ ପଠାଇବାରେ ସଫଳ ହେବ, ଏହାର ଏକ ପ୍ରାରମ୍ଭିକ ପରୀକ୍ଷଣ ମଧ୍ୟ ସଫଳ ହୋଇଛି ।

ସୋଲାର ପାୱାର ଷ୍ଟେସନ ମହାକାଶ ଶକ୍ତି ଉତ୍ପାଦନ କରିବାରେ ଏକ ହଟସ୍ପଟ ଟେକ୍ନୋଲୋଜୀ ହେବ । ଏହି ପାୱାର ପ୍ଲାଣ୍ଟ ୧୦ କିଲୋୱାଟ୍ ବିଦ୍ୟୁତ ଉତ୍ପାଦନ କରିପାରିବ । ଏହି ପ୍ଲାଣ୍ଟର ଏକ ଡେମୋ ଜିଡିଆନ ବିଶ୍ୱବିଦ୍ୟାଳୟରେ ସେଟ୍ କରାଯାଇଛି । ଯାହାର ଉଚ୍ଚତା ୭୫ ମିଟର ରହିଛି । ଏହା ପ୍ରୋଜେକ୍ଟ ଓମେଗାର ଅଂଶବିଶେଷ । ପ୍ରୋଜେକ୍ଟ ଓମେଗା ଏକ ଯୋଜନା ଯାହା ୨୦୧୪ରେ ମହାକାଶରୁ ସୌରଶକ୍ତି ଉତ୍ପାଦନ କରିବା ନେଇ କରାଯାଇଥିଲା ।

ତେବେ ଅରବିଟରେ ସଫଳ ଭାବରେ ସ୍ଥାପିତ ହେବା ପରେ ଏହାର ମୁଖ୍ୟ ଲକ୍ଷ୍ୟ ରହିବ ବିଦ୍ୟୁତ ଶକ୍ତିକୁ ପୃଥିବୀକୁ ପଠାଇବା । ଚଙ୍ଗକିଂର ବିଶାନ ଅଞ୍ଚଳରେ ୩୩ ଏକର ର ଏକ ଟେଷ୍ଟିଂ ଫେସିଲିଟି ନିର୍ମାଣ କରାଯାଉଛି ଏହି ବିଦ୍ୟୁତ୍ ଶକ୍ତିକୁ ଷ୍ଟୋର କରିବା ପାଇଁ । ଏହି ଫେସିଲିଟିର ଏହା ମଧ୍ୟ ଗବେଷଣା କରାଯିବ ଯେ ମହକାଶରୁ ଟ୍ରାନ୍ସମିଟ୍ ହେବାକୁ ଥିବା ମାଇକ୍ରୋୱେଭର ରେଡିଏସନ ଯୋଗୁଁ ଦ୍ୱାରା ଜୀବସତ୍ତା ଉପରେ କ’ଣ ପ୍ରଭାବ ପଡ଼ୁଛି ଏବଂ ଉତ୍ତମ ଟ୍ରାନ୍ସମିସନ ଟେକ୍ନୋଲୋଜୀ ନିର୍ମାଣ ଦିଗରେ କାମ ଏହି ଫେସିଲିଟି କାମ କରିବ ।

Get real time updates directly on you device, subscribe now.