ରାଜସ୍ଥାନ:ଝାରଖଣ୍ଡ ଏବଂ ଆନ୍ଧ୍ର ପ୍ରଦେଶ ପରେ ରାଜସ୍ଥାନରେ ମିଳିଛି ଏକ ବଡ଼ ୟୁରାନିୟମ ଖଣିର ସନ୍ଧାନ । ସିକର ନିକଟ ଖଣ୍ଡେଲା ତହସିଲର ରାହିଲଠାରେ ଖନନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏଠାରେ ୧୦୮୬.୪୬ ହେକ୍ଟର ଏରିଆରେ ୧୨ ମିଲିୟନ ଟନ ୟୁରାନିୟମ ଏବଂ ଏହା ସହିତ ମିଶିକରି ଥିବା ଆସୋସିଏଟେଡ ମିନେରାଲ୍ସ ଗଚ୍ଛିତ ଥିବା ସନ୍ଧାନ ମିଳିବା ପରେ ସରକାରଙ୍କ ମନରେ ଅନନ୍ଦ ପ୍ରକାଶ ପାଇଛି । ଏଠାରେ ରୋଜଗାରଠାରୁ ଆରମ୍ଭ କରି ପୁଞ୍ଜି ନିବେଶ ପଥ ପରିଷ୍କାର ହେବ ।
ପରମାଣୁ ବମ୍ରେ ୟୁରାନିୟମର ଉପଯୋଗ କରିବା ପାଇଁ ବୈଜ୍ଞାନିକମାନେ ପରୀକ୍ଷା କରିବା ସହିତ ପରମାଣୁ ଅସ୍ତ୍ର ତିଆରି କରିବାରେ ଏହାକୁ ପ୍ରୟୋଗ କରାଯିବ କି ନାହିଁ ନିଷ୍ପତ୍ତି ନିଆଯିବ । ରବିବାର ରାଜସ୍ଥାନ ସରକାର ଖଣି ପାଇଁ ଏଲଓଆଇ(ଲେଟର ଅଫ୍ ଇଣ୍ଟେଣ୍ଟ) ଜାରି କରିବା ସହିତ ୟୁରାନିୟମ ଖଣିରେ ମଧ୍ୟ ପ୍ରବେଶ କରିଛନ୍ତି । ଏଥିରେ ୟୁରାନିୟମ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ (ୟୁସିଆଇଏଲ) ୩ ହଜାର କୋଟି ଟଙ୍କା ନିବେଶ କରିବ ଏବଂ ୩ ହଜାର ଲୋକଙ୍କୁ ପ୍ରରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ରୋଜଗାର ମିଳିବ ।