fbpx

କାରବାର ସୁଗମତା ରାଙ୍କିଙ୍ଗରେ ଶୀର୍ଷରେ ଆନ୍ଧ୍ର ପ୍ରଦେଶ, ଜାଣନ୍ତୁ ଓଡିଶାର ସ୍ଥିତି

ନୂଆଦିଲ୍ଲୀ: ଦେଶରେ କେଉଁ ରାଜ୍ୟରେ କାରବାର କରିବା ପାଇଁ ଭଲ ଭିତ୍ତିଭୂମି ବା ସୁଗମତା ରହିଛି। ଏହାକୁ ନେଇ କାରବାର ସୁଗମତା ରାଙ୍କିଙ୍ଗ(EASE OF DOING BUSINESS) ଜାରି କରାଯାଇଛି। ବ୍ୟବସାୟ ସୁଧାର କାର‌୍ୟ୍ୟଯୋଜନା-୨୦୨୦ ଲାଗୁ କରିବା ମାମଲାରେ ଆନ୍ଧ୍ର ପ୍ରଦେଶ ଶୀର୍ଷରେ ରହିଛି। ଏଥିସହ ଗୁଜରାଟ ଏବଂ ତେଲଙ୍ଗାନା ସବୁଠୁ ସଫଳ ଶୀର୍ଷ ସାତ ରାଜ୍ୟରେ ସାମିଲ୍ ଅଛନ୍ତି। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏ ସଂପର୍କରେ ରିପୋର୍ଟ ଜାରି କରିଛନ୍ତି। ସଫଳ ରାଜ୍ୟ ଶ୍ରେଣୀରେ ହରିୟାଣା, ପଞ୍ଜାବ, ତାମିଲନାଡୁ ଏବଂ କର୍ଣ୍ଣାଟକ ସାମିଲ୍।

ରିପୋର୍ଟ ଉନ୍ମୋଚନ କରି ଅର୍ଥ ମନ୍ତ୍ରୀ କହିଛନ୍ତି, ୧୯୯୧ ପରଠୁ ସୁଧାରର ସ୍ଵରୂପ ବଦଳି ଯାଇଛି। ଏବେ ଯେଉଁ ସୁଧାର ହେଉଛି ତାର ପ୍ରଭାବ ଦେଖିବାକୁ ମିଳୁଛି। ଏବେ କାମ କରିବାର ପ୍ରଣାଳୀକୁ କେମିତି ଉନ୍ନତ କରାଯାଇ ପାରିବ ତା ଉପରେ କାର‌୍ୟ୍ୟ କରାଯାଉଛି।

ସରକାରଙ୍କ ତରଫରୁ ଜାରି ରିପୋର୍ଟ ମୁତାବକ, ଲକ୍ଷ୍ୟ ହାସଲ ଦିଗରେ କାମ କରୁଥିବା ସଫଳ ରାଜ୍ୟ ତାଲିକାରେ ହିମାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶକୁ ରଖାଯାଇଛି। ରାଜ୍ୟମାନଙ୍କରେ କାରବାର କରିବା ପାଇଁ ମାହୋଲ କେମିତି ରହିଛି। ସେଠାକାର ଭିତ୍ତିଭୂମି ବ୍ୟବସାୟ ପାଇଁ କେମିତି ରହିଛି ଏବଂ ପ୍ରଶାସନ ଏ ଦିଗରେ କେମିତି କାମ କରୁଛି ତାକୁ ନେଇ ସରକାର ଏକ ମାପଦଣ୍ଡ ପ୍ରସ୍ତୁତ କରିଛନ୍ତି। ଏହାର ଉଦ୍ଦେଶ୍ୟ ବ୍ୟବସାୟିକ ମାହୋଲକୁ ଆହୁରି ଉନ୍ନତ କରିବା ସହ ପ୍ରତିଯୋଗିତାମୂଳକ ଭାବନାକୁ ବଢାଇବା। ଯଦ୍ଵାରା ଦେଶକକୁ ବିଦେଶୀ ନିବେଶକଙ୍କ ଆର୍କଷଣ ବଢିବ।

ରିପୋର୍ଟ ଅନୁଯାୟୀ, କାରବାର ପରିବେଶରେ ଅଭ୍ୟୁଦୟ ହେଉଥିବା ଶ୍ରେଣୀରେ ଦିଲ୍ଲୀ, ପୁଡୁଚେରୀ ଏବଂ ତ୍ରିପୁରା ସହିତ ୧୧ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ରଖାଯାଇଛି। ଏଥିରେ ଅଛନ୍ତି ଆଣ୍ଡାମାନ ଏବଂ ନିକୋବର ଦ୍ଵୀପ ପୁଞ୍ଜ, ବିହାର, ଚଣ୍ଡିଗଡ, ଡାମନ ଏବଂ ଡିଉ, ଦାଦର ନଗର ହାବେଳୀ, ଜାମ୍ମୁ-କାଶ୍ମୀର, ମଣିପୁର, ମେଘାଳୟ, ନାଗାଲାଣ୍ଡ ଏବଂ ତ୍ରିପୁରା। ଆକାଂକ୍ଷୀ ଶ୍ରେଣୀରେ ଆସାମ, କେରଳ ଏବଂ ଗୋଆ ସହିତ ସାତ ରାଜ୍ୟ ସାମିଲ୍। ଏହି ଶ୍ରେଣୀରେ ସାମିଲ୍ ଅନ୍ୟ ରାଜ୍ୟରେ ଅଛନ୍ତି ଛତିଶଗଡ, ଝାଡଖଣ୍ଡ, କେରଳ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ।

ଏହି ମାପଦଣ୍ଡରେ ମିଳିଛି ରାଙ୍କିଙ୍ଗ

ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଏଥର ରାଙ୍କିଙ୍ଗ ପ୍ରଣାଳୀରେ ପରିବର୍ତ୍ତନ କରିଛି। ସବୁଠୁ ସଫଳ, ସଫଳ, ଆକାଂକ୍ଷୀ ଏବଂ ଅଭ୍ୟୁଦୟ ହେଉଥିବା କାରବାର ପରିବେଶ ଆଦି ଚାରୋଟି ଶ୍ରେଣୀରେ ରାଜ୍ୟଗୁଡିକୁ ରଖାଯାଇଛି। ସୂଚନା ଏବଂ ଯୋଗାଯୋଗ, ସିଙ୍ଗିଲ ଓ୍ଵିଣ୍ଡୋ ପ୍ରଣାଳୀ, ଶ୍ରମ, ପରିବେଶ ଏବଂ ଅନ୍ୟ ସୁଧାର ପରି ପଦକ୍ଷେପକୁ ମାନଦଣ୍ଡ ହିସାବରେ ରଖାଯାଇଛି।

ଚାରୋଟି ବର୍ଗ

ସବୁଠୁ ସଫଳ– ଆନ୍ଧ୍ର ପ୍ରଦେଶ, ଗୁଜରାଟ, ତେଲଙ୍ଗାନା, ହରିୟାଣା, ପଞ୍ଜାବ, ତାମିଲନାଡୁ ଏବଂ କର୍ଣ୍ଣାଟକ।
ସଫଳ– ହିମାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶ।
ଆକାଂକ୍ଷୀ– ଆସାମ, କେରଳ, ଗୋଆ, ଛତିଶଗଡ, ଝାଡଖଣ୍ଡ, କେରଳ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ।
ଅଭ୍ୟୁଦୟ- ଦିଲ୍ଲୀ, ପୁଡୁଚେରୀ, ତ୍ରିପୁରା, ଆଣ୍ଡାମାନ ଏବଂ ନିକୋବର ଦ୍ଵୀପ ପୁଞ୍ଜ, ବିହାର, ଚଣ୍ଡିଗଡ, ଡାମନ ଏବଂ ଡିଉ, ଦାଦର ନଗର ହାବେଳୀ, ଜାମ୍ମୁ-କାଶ୍ମୀର, ମଣିପୁର, ମେଘାଳୟ, ନାଗାଲାଣ୍ଡ।

Get real time updates directly on you device, subscribe now.