fbpx

ମୁଖ୍ୟମନ୍ତ୍ରୀରୁ ଉପ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋଦୀ କହିବା ପରେ ହିଁ ପ୍ରସ୍ତୁତ ହେଲେ ଫଡଣବିସ

ମୁମ୍ଵାଇ: ମହାରାଷ୍ଟ୍ରର ରାଜନୀତି ରାଜନୈତିକ ବିଶେଷଜ୍ଞକୁ ଚକିତ କରିଛି। ଜାରି ରହିଥିବା ଘଟଣାକ୍ରମ ଶେଷ ମୁହୂର୍ତ୍ତରେ ଯେମିତି ମୋଡ ନେଲା କହିବାର ଅର୍ଥ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ଏବଂ ଦେବେନ୍ଦ୍ର ଫଡଣବିସ ଉପ ମୁଖ୍ୟମନ୍ତ୍ରୀ ହେବା, ଏହାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ସମୀକ୍ଷକ। କିନ୍ତୁ ରାଜ୍ୟର ପ୍ରତିଟି ରାଜନୈତିକ ଗୋଟି ଚାଳନା ବିଷୟରେ ଅବଗତ ଥିଲେ ଫଡଣବିସ। ତାଙ୍କ ନିକଟରେ ସମସ୍ତ ସୂଚନା ଥିଲା। କେବଳ ପାର୍ଟିର ଶୀର୍ଷ ନେତୃତ୍ଵଙ୍କ ଆହ୍ଵାନକୁ ସମ୍ମାନ ପାଇଁ ସେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ପଦ ସ୍ଵୀକାର କରିଛନ୍ତି।

ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁଯାୟୀ, ଦେବେନ୍ଦ୍ର ଫଡଣବିସଙ୍କ ନିକଟରେ ମହାରାଷ୍ଟ୍ରରେ ଜାରି ସାଂପ୍ରତିକ ସ୍ଥିତି ବିଷୟରେ ଟିକିନିଖି ସୂଚନା ଥିଲା। ତାଙ୍କର ବିଚକ୍ଷଣ କୌଶଳ ଏବଂ ରଣନୀତି ବିନା ଏହା ସମ୍ଭବ ନଥିଲା। ଏହା କହିବା ବହୁତ ବଡ ଭୁଲ ହେବ ଯେ, ଫଡଣବିସଙ୍କୁ ଅନ୍ଧାରରେ ରଖାଯାଇଥିଲା।

ଏଏନଆଇର ସୂତ୍ର ଅନୁଯାୟୀ, ଦେବେନ୍ଦ୍ର ଫଡଣବିସ ଅତି କମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ ଦୁଇ ଥର କଥା ହେବା ପରେ ହିଁ ଉପ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଛନ୍ତି। ଏଥିସହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ମହାରାଷ୍ଟ୍ର ସରକାରରେ ସାମିଲ୍ ହେବା ପାଇଁ ଫଡଣବିସଙ୍କୁ ଅପିଲ୍ କରିଥିଲେ।

ଅଧିକାରୀ କହିଛନ୍ତି, ଫଡଣବିସଙ୍କୁ ଉପରୁ କୌଣସି ନିର୍ଦ୍ଦେଶ ଆସିନଥିଲା ଏବଂ କେହି ଏହା ମଧ୍ୟ ଭାବିନଥିଲେ ଯେ, ଫଡଣବିସ ସରକାରରେ ରହିବେ ନାହିଁ ବୋଲି ଘୋଷଣା କରିବେ। ସାମ୍ବାଦିକ ସମ୍ମିଳନୀରେ ଘୋଷଣା ପରେ ଫଡଣବିସଙ୍କୁ ନିଜ ନିଷ୍ପତ୍ତିରେ ପୁନର୍ବିଚାର କରିବାକୁ କୁହାଯାଇଥିଲା।
ଅଧିକାରୀ ଏହା ମଧ୍ୟ କହିଛନ୍ତି, ଫଡଣବିସ ଜଣେ ଶୀର୍ଷ ପ୍ରଶାସକ ଏବଂ ସଚ୍ଚୋଟ ନେତା ଥିଲେ।

ପାର୍ଟି ଏହା ହୃଦବୋଧ କରିଥିଲା ଯେ, ସେ ଆଶ୍ଚର‌୍ୟ୍ୟଜନକ ଘୋଷଣା କରିଛନ୍ତି। କିଛି ଘଣ୍ଟା ଭିତରେ ତାଙ୍କୁ ନିଜ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ କୁହାଯାଇଥିଲା। ପାର୍ଟି ଭଲ ଭାବେ ଜାଣିଛି ଯେ, ଦେବେନ୍ଦ୍ର ଜଣେ ସଚ୍ଚୋଟ ପାର୍ଟି କ୍ୟାଡର। ସେ କ୍ରମାଗତ ଉପରକୁ ନିଜ ବଳରେ ଉଠିଛନ୍ତି। ଏଥିପାଇଁ ସେ ସିଷ୍ଟମର ଅନୁଶାସନଲି ବେଶ୍ ଭଲ ଭାବେ ବୁଝିଛନ୍ତି।

 

Get real time updates directly on you device, subscribe now.