fbpx

Gmail ୟୁଜର୍ସ ସାବଧାନ, ଫେକ୍ ମେଲ୍ ଦ୍ୱାରା ହୋଇପାରେ ଫେସବୁକ୍ ହ୍ୟାକ୍, ଏମିତି ରୁହନ୍ତୁ ସତର୍କ

ନୂଆଦିଲ୍ଲୀ: ଜିମେଲ୍ ଏବଂ ହଟମେଲ ୟୁଜର୍ସ ସାବଧାନ ହୋଇଯାଆନ୍ତୁ । କାରଣ ବର୍ତ୍ତମାନ ୟୁଜର୍ସଙ୍କୁ ଏକ ଫେକ୍ ଇମେଲ ଫେସବୁକ୍ ସପୋର୍ଟ ଟିମ୍ ନାଁରେ ପଠାଯାଉଛି । ଏହି ଇମେଲ ଦ୍ୱାରା ୟୁଜର୍ସଙ୍କୁ ଟାର୍ଗେଟ କରାଯାଇ ତାଙ୍କ ଆକାଉଣ୍ଟ ତଥ୍ୟ ନେବାପାଇଁ ଚେଷ୍ଟା କରାଯାଉଛି ।

ଏକ ରିପୋର୍ଟ ଅନୂଯାୟୀ ଟ୍ରଷ୍ଟୱେଭ ସାଇବର ସିକ୍ୟୁରିଟି ଏକ୍ସପର୍ଟ କହିଛନ୍ତି ଯେ ଏହି ଫ୍ରଡ୍ ଇମେଲ କରାଯାଉଛି । ଏଥିରେ କୁହାଯାଉଛି ଯେ ୟୁଜର୍ସଙ୍କ ଫେସବୁକ୍ ଆଇଡି ବିପଦରେ ରହିଛି, କମ୍ୟୁନିଟି ଷ୍ଟାଣ୍ଡାର୍ଡ ଉଲ୍ଲଘଂନ କରିଥିବାରୁ ଏହାକୁ ଡିଲିଟ୍ କରାଯାଉଛି । ଏଥିରୁ ବର୍ତ୍ତିବା ପାଇଁ ଏକ ଲିଙ୍କ୍ ଉପରେ କ୍ଲିକ କରିବାକୁ କୁହାଯାଉଛି । ଯାହାପରେ ହ୍ୟାକର ଫେସବୁକ୍ ରୁ ତଥ୍ୟ ନେବାକୁ ଚେଷ୍ଟା କରୁଛନ୍ତି ।

ଏଥିରେ ଏହା ମଧ୍ୟ କୁହାଯାଉଛି ଯେ ଯଦି ଆପଣ ଏହାର ଉତ୍ତର ୪୮ ଘଣ୍ଟା ମଧ୍ୟରେ ଦେଉନାହାନ୍ତି ତେବେ ଆପଣଙ୍କ ଫେସବୁକ୍ ପେଜ୍ ଡିଲିଟ୍ ହୋଇଯିବ । ଏହି ନିଷ୍ପତ୍ତିକୁ ଅପୀଲ ଆପଣ ତଳେ ଦିଆଯାଇଥିବା ସପୋର୍ଟ ଇନବକ୍ସରେ କରିପାରିବେ । ଏହାପରେ ଫ୍ରଡ୍ ଇମେଲରେ ଅପୀଲ ନାଓର ବଟନ ମଧ୍ୟ ଦିଆଯାଇଛି ।

ଆଉ ଯେମିତି ଆପଣ ଏହି ବଟନରେ କ୍ଲିକ୍ କରୁଛନ୍ତି ଆପଣଙ୍କର ସବୁ ଫେସବୁକ୍ ତଥ୍ୟ, ଟୁ ଫ୍ୟାକ୍ଟର ଅଥେଣ୍ଟିକେସନ ତଥ୍ୟ ଚୋରି ହୋଇଯିବ । ତେଣୁ ଆପଣ ଏଭଳି କୌଣସିବି ଫେକ୍ ଇମେଲରେ ଭୟଭୀତ ହୁଅନ୍ତୁ ନାହିଁ କିମ୍ବା ଏହାର ଉତ୍ତର ଦିଅନ୍ତୁ ନାହିଁ ।

Get real time updates directly on you device, subscribe now.