fbpx

ନବଜାତ ଶିଶୁର ଶବକୁ ଧରି ଥାନାରେ ପହଞ୍ଚିଲା ବାପା, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ନବଜାତ ଝିଅର ମୃତ ଶରୀରକୁ ଧରି ଏସପିଙ୍କ ନିକଟରେ ପହଞ୍ଚିଲା ଜଣେ ବାପା । ଆଉ ପୋଲିସ ତାଙ୍କ ମାମଲା ରୁଜୁ କରୁନଥିବା ନେଇ କରିଥିଲେ ଅଭିଯୋଗ । ବ୍ୟକ୍ତି ଜଣକ ହେଉଛନ୍ତି ଆଗ୍ରାର ଧନୀରାମ । ଧନୀରାମ ନିଜ ନବଜାତ ଝିଅ ମୃତ୍ୟୁର ନ୍ୟାୟ ଦେବାକୁ ଏସପିଙ୍କୁ ଗୁହାରି କରିଥିଲେ ।

ସୂଚନା ଅନୂଯାୟୀ, ଧନୀରାମଙ୍କ ଗର୍ଭବତୀ ପତ୍ନୀଙ୍କୁ ଦୁଇ ଜଣ ବ୍ୟକ୍ତି ମାଡ଼ ମାରିଥିଲେ ଫଳରେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା । ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ଏକ ନର୍ସିଂ ହୋମକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କର ଅପରେସନ କରିଥିଲେ ଏବଂ ପିଲାଟିର ଡେଲିଭରୀ କରାଯାଇଥଲା । କିନ୍ତୁ ସମୟ ପୂର୍ବରୁ ଜନ୍ମ ହୋଇଥିବାରୁ କିଛି ଘଣ୍ଟା ମଧ୍ୟରେ ପିଲାଟି ଆଖିବୁଜିଦେଇଥିଲା ।

ଏହାପରେ ଧନୀରାମ ପୋଲିସ ଷ୍ଟେସନକୁ ଯାଇଥିଲେ ଏବଂ ତାଙ୍କ ପତ୍ନୀଙ୍କୁ ମାଡ଼ ମାରିଥିବା ଗୁଡୁ ଏବଂ ରାମାସ୍ୱାମୀଙ୍କ ବିରୋଧରେ ଏଫଆଇଆର ରୁଜୁ କରାଇବାକୁ କହିଥିଲେ କିନ୍ତୁ ପୋଲିସ୍ ତାଙ୍କର ଅଭିଯୋଗ ରଖିବାକୁ ମନା କରିଦେଇଥିଲା । ଯାହାପରେ ସେ ବରିଷ୍ଠ ପୋଲିସ ସୁପରିଟେଣ୍ଡେଣ୍ଟ ପ୍ରଭାକର ଚୌଧୁରୀଙ୍କ ପାଖକୁ ଯାଇଥିଲେ, ଏବଂ ସେ ମଧ୍ୟ ତାଙ୍କୁ ଆଶ୍ୱସନା ଦେଇଥିଲେ ଯେ ତାଙ୍କୁ ନିଶ୍ଚୟ ନ୍ୟାୟ ମିଳିବ, ଏବଂ ସଙ୍ଗେ ସଙ୍ଗେ ଫତେହାବାଦର ଡେପୁଟୀ ସୁପରିଟେଣ୍ଡେଣ୍ଟଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ସୂଚନା ଅନୂଯାୟ ଧନୀରାମଙ୍କ ପତ୍ନୀ ଛଅ ମାସର ଗର୍ଭବତୀ ଥିଲେ । ଧନୀରାମ କହିଛନ୍ତି ଯେ ପତ୍ନୀଙ୍କୁ ମାଡ଼ ବେଳେ ସେ କାମକୁ ଯାଇଥିଲେ ଆଉ ଘଟଣା ଜାଣିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଅବଶ୍ୟ ଧନୀରାମଙ୍କ ପତ୍ନୀ ସୁରକ୍ଷିତ ଥିଲେ ବି ନବଜାତ ଶିଶୁଟିକୁ ବଞ୍ଚାଇପାରିନଥିଲେ ଡାକ୍ତର ।

Get real time updates directly on you device, subscribe now.