fbpx

ରାୟଗଡ଼ାରେ ବସ୍ ଓଲଟି ମହିଳା ମୃତ, ୩୦ ଆହତ

ରାୟଗଡ଼(ଓଡ଼ିଶା ଭାସ୍କର): ବସ୍ ଓଲଟିବା ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ୩୦ ଜଣ ଆହତଙ୍କ ମଧ୍ୟରୁ ୧୪ ଜଣଙ୍କର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ହାତୀଖମ୍ବା ନିକଟରେ ଘଟିଯାଇଛି ।

ସୂଚନା ଅନୁସାରେ, ବସଟି ୪୦ ଜଣ ଯାତ୍ର୍ରୀଙ୍କୁ ନେଇ ପାରଳାଖେମୁଣ୍ଡି ଉମରକୋଟ ଯାଉଥିଲା । ହାତୀଖମ୍ବା ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ଗୁରୁତର ଯାତ୍ରୀଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.