fbpx

MCA ଛାତ୍ରୀ ଆତ୍ମହତ୍ୟା ଘଟଣାରେ ବୟଫ୍ରେଣ୍ଡ ଗିରଫ: କମିଶନରେଟ ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱର ଏମସିଏ ଛାତ୍ରୀ ଆଶ୍ରିତା ସେନାପତିଙ୍କ ଆତ୍ମହତ୍ୟା ଘଟଣାର ଖୋଲିଲା ପରଦା । ଛାତ୍ରୀଙ୍କ ସୁଇସାଇଡ ନୋଟକୁ ଭିତ୍ତି କରି ପ୍ରେମିକଙ୍କୁ ଗିରଫ କରିଛି ପୋଲିସ । ଆଶ୍ରିତାଙ୍କ ବୟଫ୍ରେଣ୍ଡ ସତ୍ୟପ୍ରକାଶ ଦାଶକୁ ଗିରଫ କରିଛି କମିଶନରେଟ ପୋଲିସ ।

ଭୁବନେଶ୍ୱରର ଆଚାର୍ଯ୍ୟବିହାରରେ ଏମସିଏ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ୍ । ପ୍ରେମ ବ୍ୟାପାରକୁ ନେଇ ଆଶ୍ରିତା ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ପ୍ରେମିକ ସତ୍ୟପ୍ରକାଶ ଦାଶକୁ ଗିରଫ କରିଛି କମିଶନରେଟ ପୋଲିସ । ସୂଚନା ଅନୁସାରେ, ଆଶ୍ରିତା ଭଦ୍ରକ ଜିଲ୍ଲା ତାଙ୍କ ଗାଁ ତିହିଡିରେ ଜଣେ ପୁଅକୁ ପ୍ରେମ କରୁଥିଲେ । କିଛି ଦିନ ତଳେ ବ୍ରେକ୍-ଅପ୍ ହେବାରୁ ମାନସିକ ଚାପରେ ଥିଲେ ଆଶ୍ରିତା । ସୁଇସାଇଡ୍ ନୋଟରେ ଆଶ୍ରିତା ଲେଖିଥିଲେ, ‘ବାପା-ମା ମୋତେ କ୍ଷମା କରିଦେବେ’ ।

ତେବେ ଭୁବନେଶ୍ୱର ଆଚାର୍ଯ୍ୟବିହାରରେ ଭଡ଼ା ଘରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୋଲିସ ଖୋଳତାଡ କରୁଛି। ସିଲ୍‌ ଥିବା ଘରକୁ ଖୋଲି ତଦନ୍ତ କରୁଥିଲା ପୋଲିସ । ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ସହ ସହିଦନଗର ଥାନା ପୋଲିସ ଘର ଭିତରୁ ଆଶ୍ରିତାଙ୍କ ମୋବାଇଲ ଫୋନ୍‌ ଓ ସୁଇସାଇଡ୍‌ ନୋଟ୍‌ ଜବତ କରିଥିଲା । ସୁଇସାଇଡ୍‌ ନୋଟ୍‌ରେ ଲେଖାଯାଇଛି, ‘ବାପା ମୋତେ କ୍ଷମା କରିଦେବେ । ମୋତେ ଆପଣମାନେ ବହୁତ ପାଠ ପଢାଇଛନ୍ତି । ମୁଁ ଆଉ ପାରୁନି ।’

Get real time updates directly on you device, subscribe now.