fbpx

କମିବ ଖାଦ୍ୟ ତୈଳ ଦର, ସାରା ଦେଶରେ ରହିବ ସମାନ ମୂଲ୍ୟ: ଜାଣନ୍ତୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଖାଦ୍ୟତୈଳ ଦରକୁ ନେଇ ଚିନ୍ତାରେ ରହିଛନ୍ତି ଖାଉଟି । ତେଣୁ ଏହି ଦରକୁ ହ୍ରାସ କରିବା ସରକାରଙ୍କ ପକ୍ଷରୁ ପାଇଁ ଲଗାତାର ପ୍ରୟାସ ଜାରି ରହିଛି । ଗତ ମାସରେ ଲିଟର ପିଛା ୧୦-୧୫ ଟଙ୍କା ହ୍ରାସ କରାଯାଇଥିବା ବେଳେ ଏବେ ଏହାକୁ ଆଉ ୧୦ ଟଙ୍କା କମ କରିବା ପାଇଁ ଚିନ୍ତା କରାଯାଉଛି । ସରକାର ଏ ନେଇ ଖାଦ୍ୟ ତୈଳ କମ୍ପାନୀକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମେ ଗ୍ଲୋବାଲ ମାର୍କେଟରେ ଦାମ ବଢାଇବା ପାଇଁ ଚାପ ରହିଥିବାରୁ ଖାଦ୍ୟତୈଳର ଦାମ ଆକାଶଛୁଆଁ ହୋଇଥିଲା । କିନ୍ତୁ ଏବେ ପାମ ଅଏଲ ସହିତ ଅନ୍ୟ ଖାଦ୍ୟତୈଳରେ ମଧ୍ୟ ହ୍ରାସ ଘଟିଛି ।

ଖାଦ୍ୟତୈଳ ଦର ହ୍ରାସ କରିବା ପାଇଁ କମ୍ପାନୀଗୁଡିକ ସହ ଏକ ବୈଠକରେ ଆଲୋଚନା କରିଛନ୍ତି ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ । ତେଣୁ ଖୁଚୁରା ବ୍ୟବସାୟୀଙ୍କୁ ମଧ୍ୟ ଦାମ କମାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ସାରା ଦେଶରେ ଖାଦ୍ୟତୈଳ ଦର ସମାନ ରଖିବା ଉଚିତ ବୋଲି କହିଛନ୍ତି ଶ୍ରୀ ପାଣ୍ଡେ । ଜିଏସଟି ଦର ଯଦି ସମାନ ରହିଛି, ତେବେ ଏମଆରପି ମଧ୍ୟ ସମାନ ରହିବା ଉଚିତ ବୋଲି କହିଛନ୍ତି ଖାଦ୍ୟ ସଚିବ । ତେବେ ଆସନ୍ତା ଏକ ସପ୍ତାହ ମଧ୍ୟରେ ଗ୍ଲୋବାଲ ମାର୍କେଟରେ ଖାଦ୍ୟତୈଳ ଦର ୧୦ ଟଙ୍କା ହ୍ରାସ କରିବା ପାଇଁ କୁହାଯାଇଛି । ଏହାପରେ ସମସ୍ତ ବଡ ବଡ କମ୍ପାନୀ ଆଗାମୀ ସପ୍ତାହ ପର୍ଯ୍ୟନ୍ତ ତୈଳ ଦର ହ୍ରାସ କରିବା ପାଇଁ ଆଶ୍ୱାସନା ଦେଇଛନ୍ତି । ତେବେ ଆଗକୁ ସମସ୍ତ ଖାଦ୍ୟ ତୈଳ ଯଥା, ପାମ, ସୋୟାବିନ, ସୁର୍ଯ୍ୟମୁଖୀ ଇତ୍ୟାଦିରେ ହ୍ରାସ ଘଟିବ ।

ଉପଭୋକ୍ତା ମନ୍ତ୍ରାଳୟର ସୂଚନା ଅନୁସାରେ, ଜୁଲାଇ ୬ ତାରିଖ ସୁଦ୍ଧା ଦେଶରେ ପାମ ରିଫାଇନ ତୈଳ ଦର ଲିଟର ପିଛା ୧୪୪.୧୬ ଟଙ୍କା ରହିଥିଲା । ତେବେ ସୁର୍ଯ୍ୟମୁଖୀ ତୈଳର ଦାମ ୧୮୫.୭୭ ଟଙ୍କା ଏବଂ ସୋରିଷ ତେଲ ୧୭୭.୩୭ ଟଙ୍କା ରହିଥିଲା । ତେବେ ବାଦାମ ତେଲ ୧୮୭.୯୩ ଟଙ୍କାରେ ବିକ୍ରି କରାଯାଉଥିଲା ।

Get real time updates directly on you device, subscribe now.