fbpx

ଅପରାଧୀଙ୍କୁ ସାବାଡ଼ କରିବାକୁ ଜେଲ୍ ପରେଡ୍ ଅଭିଯାନ ଆରମ୍ଭ, ଏଣିିକି ପ୍ରତି ରବିବାର ଜେଲ୍ ପରିଦର୍ଶନରେ ଯିବେ ଥାନା ଅଧିକାରୀ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଲୁଟ୍‌, ରାହାଜାନୀ, ଚୋରି, ଡକାୟତି, ହତ୍ୟା ଉଦ୍ୟମ, ହତ୍ୟାକାଣ୍ଡ, ଦୁଷ୍କର୍ମ, ପ୍ରେମଜନିତ ଆତ୍ମହତ୍ୟା ଇତ୍ୟାଦିକୁ ନେଇ କମିଶନରେଟ୍‌ ପୋଲିସ ଅତିଷ୍ଠ ହୋଇପଡ଼ିଲାଣି । ଏହି କ୍ଷେତ୍ରରେ ଅପରାଧୀଙ୍କୁ ଚେକ୍‌ ଦେବା ପାଇଁ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିବାବେଳେ ଏଥିରେ ରୋକ୍‌ ଲଗାଇବା ନିମନ୍ତେ ନୂଆ ତରିକା ଆପଣା ଯାଇଛି । ରାଜଧାନୀରେ ଅପରାଧୀଙ୍କୁ ସାବାଡ଼ କରିବା ନିମନ୍ତେ ଜେଲ୍‌ ପରେଡ୍‌ ଆରମ୍ଭ ହୋଇଛି ।

ଏହାଫଳରେ ଜଣେ ଅପରାଧୀ ଜେଲ୍‌ରୁ ଫେରିବା ପରେ ଅପରାଧ ଦୁନିଆରେ ପାଦ ଥାପିବା ମୁସ୍କିଲ ହୋଇପଡ଼ିବ । ଏଣିକି ପ୍ରତି ରବିବାର ଜେଲ୍‌ ଭିତରେ ପରେଡ୍‌ କରାଯିବା ସହ କଡ଼ା ପହରା ଦିଆଯିବ । ଏଣିକି କନେଷ୍ଟବଳ ନୁହଁନ୍ତି ଥାନାଧିକାରୀ ପ୍ରତି ରବିବାର ଜେଲ୍‌ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରବିବାର ଝାରପଡ଼ା ଜେଲ୍‌ରେ ଜେଲ୍‌ ପରେଡ ହୋଇଥିଲା । ଏଥିରେ କମିଶନରେଟ୍‌ ପୋଲିସ ଅନ୍ତର୍ଗତ ସମସ୍ତ ଥାନାର ଅଧିକାରୀମାନେ ଯୋଗ ଦେଇଥିଲେ । ଜେଲ୍‌ର ରେଜିଷ୍ଟ୍ରର ଯାଞ୍ଚ କରାଯିବା ସହ ଅପରାଧୀମାନଙ୍କୁ ଛିଡ଼ା କରାଯାଇ ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଛି ।

Get real time updates directly on you device, subscribe now.