fbpx

କେନ୍ଦ୍ରକୁ ଚିଦାମ୍ବରମଙ୍କ ତୀର

ନୂଆଦିଲ୍ଲୀଳ,୫ ।୧୨: ଜେଲରୁ ମୁକୁଳିବା ପରେ ଅର୍ଥନୀତିକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦାମ୍ବରମ । ଏହାକୁ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ବିନା ଅଭିଯୋଗରେ ନେତାଙ୍କୁ ନେତାଙ୍କୁ ଜେଲରେ ରଖାଯାଉଛି । କାଶ୍ମୀର ଲୋକଠାରୁ ସ୍ୱାଧୀନତା ଛଡାଇ ନିଆଯାଇଛି । ଅର୍ଥବ୍ୟବସ୍ଥାରେ ସରକାର ଦିଗହରା ହୋଇଛନ୍ତିି । ଗ୍ରାମାଞ୍ଚଳରେ ସାମଗ୍ରୀ ଉପଭୋଗ କମିଛି । ଫେବ୍ରୁଆରିରେ ଆରବିଆଇ କହୁଥିଲା ଜିଡିପି ଅଭିବୃଦ୍ଧି ୭.୪ % ହେବ । କିନ୍ତୁ ଆଜି କହୁଛି ଅଭିବୃଦ୍ଧି ହାର ୫% ହ୍ରାସ ପାଇବ । ପ୍ରକୃତିରେ ଏହା ୩.୫%କୁ ଖସିପାରେ ।’

ଅନ୍ୟପଟେ ଅର୍ଥନୀତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିରବ ରହିଛନ୍ତି । ବର୍ତ୍ତମାନ ସରକାର ଅର୍ଥ ବ୍ୟବସ୍ଥାର ଅପାରଗ ପରିଚାଳକ ହୋଇଛନ୍ତି ବୋଲି ଚିଦାମ୍ବରମ କହିଛନ୍ତି ।

ତେବେ ଆଇଏନଏକ୍ସ ମିଡ଼ିଆ ସମ୍ପର୍କିତ ଇଡ଼ି ମାମଲାରେ ପି.ଚିଦାମ୍ବରମଙ୍କୁ ବୁଧବାର ଦିନ ଜାମିନ ମିଳିଥିଲା । ପ୍ରାୟ ୧୦୭ ଦିନ ପରେ ଜାମିନରେ ଆସିଥିଲେ ଚିଦାମ୍ବରମ । ୨ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ମିଳିଥିବା ଜଣାପଡ଼ିଛି । ଏହାସହ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ।

Get real time updates directly on you device, subscribe now.