fbpx

୩୦ ମିନିଟରେ ‘ବାହୁବଳୀ’ ଥାଳି ଖାଇ ସଫା କରିଦେଲେ ମିଳିବ ଏକ ଲକ୍ଷ ଟଙ୍କା, ବର୍ତ୍ତମାନ ସୁଦ୍ଧା ଚ୍ୟାଲେଞ୍ଜ ଜିତିଛନ୍ତି ୨ ଜଣ ଭାଗ୍ୟଶାଳୀ ଗ୍ରାହକ…

ହାଇଦ୍ରାବାଦ: ଆପଣ ପେଟପୁରା ଖାଇବେ ଆଉ ଥାଳି ସଫା କରିଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ପାଇବେ । କଥାଟି ଶୁଣିବାକୁ ଟିକେ ଅଜବ ଲାଗୁଛି କି ? କିନ୍ତୁ ଏକଥା ସତ । ହାଇଦ୍ରାବାଦର ଏକ ପ୍ରସିଦ୍ଧ ରେଷ୍ଟୁରାଣ୍ଟ ‘ବାହୁବଳୀ ଥାଳି’ ଲଞ୍ଚ କରିଛି । ବିଶେଷ କଥା ହେଉଛି ଏହି ପ୍ଲେଟରେ ଥିବା ସମସ୍ତ ଖାଦ୍ୟ ୩୦ ମିନିଟରେ ଖାଇବା ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର ରଖାଯାଇଛି । ଏହି ରେଷ୍ଟୁରାଣ୍ଟର ନାମ ‘ନାଇଡୁ ଗାରି କୁଣ୍ଡା ବିରିୟାନି’ ହୋଇଥିବାବେଳେ ‘ବାହୁବଳୀ ଥାଳି’ରେ ଆମିଷ ଓ ନିରାମିଷ ଖାଦ୍ୟ ରହିବ ।

ଏହି ଥାଳିରେ ମୋଟ ୩୦ରୁ ଅଧିକ ଆଇଟମ୍‌ ରହିବ । କିନ୍ତୁ ୧ ଲକ୍ଷ ଟଙ୍କା ପାଇବା ପାଇଁ ସର୍ତ୍ତ ରହିଛି ଯେ ଅଧଘଣ୍ଟା ମଧ୍ୟରେ ସବୁ ଆଇଟମ ଖାଇବାକୁ ପଡିବ । ରେଷ୍ଟୁରାଣ୍ଟର ମାଲିକ କହିଛନ୍ତି, “ବାହୁବଳୀ ଥାଳିକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ଆମେ ଥାଳିରେ ୩୦ଟି ଆଇଟମ୍‌ ଦେଇଥାଉ, ଯେଉଁଥିରେ ଭେଜ୍‌ ଏବଂ ନନଭେଜ୍‌ ଷ୍ଟାର୍ଟର୍, ନନଭେଜ୍‌ ବିରିୟାନି, ଫ୍ରାଇଡ଼ ରାଇସ ଏବଂ ଥଣ୍ଡା ପାନୀୟ ଅନ୍ତର୍ଭୁକ୍ତ ରହିଛି ।

ଏହି ଥାଳି ଆରମ୍ଭ କରିବା ପଛର ମୁଖ୍ୟ କାରଣଟି ହେଉଛି ଯେ କିଛି ଲୋକ ଥାଆନ୍ତି ଯେଉଁମାନେ ସ୍ପେଶାଲ ଆଇଟମ ଖାଇବାକୁ ପସନ୍ଦ କରନ୍ତି । ସେହିପରି କିଛି ଲୋକ ଥାଆନ୍ତି, ଯେଉଁମାନେ ରେଷ୍ଟୁରାଣ୍ଟରେ ଥିବା ସବୁ ଆଇଟମ ଚାଖିବାକୁ ଚାହାଁନ୍ତି । ବାହୁବଳୀ ଥାଳିର ମୂଲ୍ୟ ୧୮୦୦ ଟଙ୍କା ରଖାଯାଇଛି । ସେହିପରି ଏପର୍ଯ୍ୟନ୍ତ ୩୦୦୦ରୁ ଅଧିକ ଗ୍ରାହକ ଏହାକୁ ଖାଇବାକୁ ଚେଷ୍ଟା କରିଛନ୍ତି, ସେଥିମଧ୍ୟରୁ କେବଳ ଦୁଇଜଣ ସଫଳତା ପାଇଛନ୍ତି । ସେହି ଦୁଇ ଜଣ ୧ ଲକ୍ଷ ଟଙ୍କା ପୁରସ୍କାର ପାଇଛନ୍ତି ।

Get real time updates directly on you device, subscribe now.