fbpx

ମହିଳା ଜଣଙ୍କ ନିଜ ପାୱାର ଦେଖାଇ ଇନ୍ଦ୍ର, ଚନ୍ଦ୍ର ମାନୁନାହାନ୍ତି, ଯୁବକଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା, ଦେଖନ୍ତୁ Video

ନୂଆଦିଲ୍ଲୀ: ଆଜିକାଲି ସାମାନ୍ୟ କଥାକୁ କେନ୍ଦ୍ର କରି ଲୋକମାନଙ୍କୁ ପିଟିବା ଏକ ସାଧାରଣ କଥା ହୋଇଗଲାଣି । ଅନେକ ସମୟରେ ଏନେଇ ଅନେକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ଏପରି ଏକ ଘଟଣା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଦେଖିବାକୁ ମିଳିଛି । ଭିଡିଓରେ ଜଣେ ମହିଳା ଜଣେ ଯୁବକଙ୍କୁ ପିଟୁଥିବା ଦେଖିବାକୁ ମିଳୁଛି ।

ତେବେ ଆଲମବାଗ ବସଷ୍ଟାଣ୍ଡରେ ଏହି ଘଟଣା ଘଟିଥିବା କୁହାଯାଉଛି । ମହିଳା ଜଣଙ୍କ ବସ୍ ଷ୍ଟେସନ ଇନଚାର୍ଜ ହୋଇଥିବା ବେଳେ ସେ ଜଣେ ପୁରୁଷ ଯାତ୍ରୀଙ୍କୁ ପିଟି ଚାଲିଥିଲେ । ଉକ୍ତ ମହିଳାଙ୍କ ନାମ ଜ୍ୟୋତି ଅବସ୍ଥି ଓ ତାଙ୍କୁ ଏହି କାଣ୍ଡ ପାଇଁ ଟ୍ରାନ୍ସଫର କରି ଦିଆଯାଇଛି । ଏଥିସହ ଏହି ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଘଟଣା ଅନୁଯାୟୀ, ଯୁବକ ଜଣଙ୍କ ବସରେ ଯାତ୍ରା କରିବା ପାଇଁ ଷ୍ଟେସନ ଆସିଥିଲେ । ଯୁବକ ଜଣଙ୍କ ଜ୍ୟୋତିଙ୍କୁ କିଛି ପ୍ରଶ୍ନ କରିଥିଲେ ଓ ଏହାର ସଠିକ୍ ଉତ୍ତର ନ ମିଳିବାରୁ ଦୁହିଁଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଏହାପରେ ଷ୍ଟେସନ ଇନଚାର୍ଜ ନିଜର ପାୱାର ଦେଖାଇ ଯୁବକଙ୍କ ସାର୍ଟ କଲର ଧରି ଚାପୁଡ଼ା ମାରିବାରେ ଲାଗିଥିଲେ ।

ତେବେ ଏହି ଘଟଣାଟି ଗତ ମାର୍ଚ୍ଚ ମାସରେ ଘଟିଥିଲା ବୋଲି କୁହାଯାଉଛି । ମାତ୍ର ତାହା ଏବେ ଭାଇରାଲ୍ ହେବାରେ ଲାଗିଛି । ତେବେ ପୂର୍ବରୁ ଅନେକ ବିବାଦୀୟ ଘଟଣାରେ ଜ୍ୟୋତି ନିନ୍ଦିତ ହୋଇଥିବା କୁହାଯାଉଛି । ସଂରକ୍ଷଣ ଆଧାରରେ ଏକ ବଡ଼ ପଦବୀ ପାଇଥିବା ଜ୍ୟୋତି ଯେ କୌଣସି କର୍ମଚାରୀଙ୍କ ଉପରକୁ କଥା କଥାକେ ହାତ ଉଠାଇଥାନ୍ତି ବୋଲି କୁହାଯାଉଛି ।

Get real time updates directly on you device, subscribe now.